ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାରଙ୍କର କରୋନାଭାଇରସ୍ ପରୀକ୍ଷଣ ସ୍ଥିତି ସନ୍ତୋଷଜନକ ନୁହେଁ କି, ଯୋଜନାବଦ୍ଧ ନୁହେଁ। ସେ ଆହୁରି ମଧ୍ୟ କହିଲେ ଯେ ଲକ୍ଡାଉନ୍ ହେଉଛି କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ସାମୟିକ ବାଧା, ସମାଧାନ ନୁହେଁ।
ପ୍ରାରମ୍ଭିକ ମନ୍ତବ୍ୟରେ ରାହୁଳ କହିଲେ, ଆମେ ବଡ଼ ସଂକଟାପନ୍ନ ସ୍ଥିତିରେ ଅଛନ୍ତି। ଭାରତବାସୀ ଓ ରାଜନୈତିକ ଦଳମାନେ ଏକତ୍ର ଲାଗି ପଡ଼ିବା ଉଚିତ। ସେ ଆହୁରି କହିଲେ ଯେ ମୁଁ ଦେଶ ଓ ବିଦେଶର ଅନେକ ବିଶେଷଜ୍ଞ ଏବଂ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଉତ୍ତମ ଅଭିଜ୍ଞତା ଥିବା ସରକାରୀ କଳ ବାହାରର ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛି। ଆମେ ବୁଝିବା ଆବଶ୍ୟକ ଯେ ଲକ୍ଡାଉନ୍ ହେଉଛି କାମଚଳା ପ୍ରତିରୋଧ, ଏହା କରୋନାଭାଇରସ୍ ବିଲୋପନ କରିବାର ଉପାୟ ନୁହେଁ।
ଆମେ ଲକ୍ଡାଉନ୍ରୁ ବାହାରି ଗଲେ ଭାଇରସ୍ ପୁଣି ତା’ କାମ ଆରମ୍ଭ କରିବ। ତେଣୁ ଆମେ ରଣନୀତି ପ୍ରସ୍ତୁତି କରିବା ଆବଶ୍ୟକ।
ଭାରତରେ ଚାଲିଥିବା କୋଭିଡ୍-୧୯ ପରୀକ୍ଷା ବିଷୟରେ ସେ କହିଲେ ଯେ ପରୀକ୍ଷା ବ୍ୟବସ୍ଥା ବ୍ୟାପକ କରିବା ଆବଶ୍ୟକ। ଡାକ୍ତରଖାନା ପ୍ରସ୍ତୁତି କରିବା ଆବଶ୍ୟକ। କୋଭିଡ୍-୧୯ ବିରୋଧରେ ବୃହତ୍ତମ ଅସ୍ତ୍ର ହେଉଛି ପରୀକ୍ଷା। ଭୂତାଣୁ କେଉଁଠି ଅଛି ପରୀକ୍ଷା ହିଁ କହିବ। ତାହା ଜାଣିବା ପରେ ଜଣେ ଭୂତାଣୁକୁ ପୃଥକ୍ କରିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/rahul-.jpg)