କୋଭିଡ୍-୧୯ ମହାମାରୀ ମୂଳୋତ୍ପାଟନ ଲାଗି ‘ଲକଡାଉନ’ ଯଥେଷ୍ଟେ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: ବିଶ୍ୱରୁ କରୋନାଭାଇରସର ମୂଳୋତ୍ପାଟନ ନିମନ୍ତେ “ଲକଡାଉନ’ ଯଥେଷ୍ଟ ନୁହେଁ ବୋଲି ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ କହିଛନ୍ତି ।

ସେ କହିଛନ୍ତି ଯେ କୋଭିଡ୍-୧୯ ବ୍ୟାପ୍ତି ମନ୍ଥର କରିବା ପଦକ୍ଷେପସ୍ୱରୂପ ଅନେକ ଦେଶ “ଲକଡାଉନ’ ଜାରି କରୁଛନ୍ତି । କିନ୍ତୁ, କେବଳ ଏହି ପଦକ୍ଷେପ ମହାମାରୀକୁ ନିର୍ମୂଳ କରିପାରିବ ନାହିଁ । ଆମେ ସବୁ ଦେଶମାନଙ୍କୁ ଆହ୍ୱାନ ଦେଉଛୁ ଅଭିନବ କରୋନଭାଇରସ୍ ଉପରେ ଆକ୍ରମଣ କରିବାକୁ ଏହି ସମୟର ଉପଯୋଗ କରନ୍ତୁ । ଆପଣମାନେ ଏଥିପାଇଁ ପୁଣି ଥରେ ସୁଯୋଗ ସୃଷ୍ଟି କରିଛନ୍ତି ।

Image Source: Zee News

ସେ ପୁଣି କହିଛନ୍ତି ଯେ ଘରେ ରହିବାକୁ କହି ଲୋକମାନଙ୍କ ଚଳପ୍ରଚଳକୁ ବନ୍ଦ କରାଇବା ହେଉଛି କୌଣସି କାମରେ ବିଳମ୍ବ ସୃଷ୍ଟି କରାଇବା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରୁ ଚାପ ହ୍ରାସ କରିବା । କିନ୍ତୁ ଏହି ପଦକ୍ଷେପ ଆପଣାଛାଏଁ ମହାମାରୀ ଉତ୍ପାଟନ କରିପାରିବ ନାହିଁ ।

ସେ ଆହୁରି କହିଲେ ଯେ ପରୀକ୍ଷଣ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ଏକାନ୍ତବାସ ଭଳି ପଦକ୍ଷେପ ହେଉଛି ସର୍ବୋତ୍ତମ ପ୍ରତିରୋଧକ ବ୍ୟବସ୍ଥା । କିନ୍ତୁ ଭୂତାଣୁକୁ ଆକ୍ରମଣ କରିବା ନିମନ୍ତେ ଏହି ସମୟ ବିନିଯୋଗ କରାଯିବା ଉଚିତ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜନ୍ସ୍ ହପକିନସ୍ ୟୁନିଭର୍ସିଟିର ସଦ୍ୟତମ ଗ୍ରାଫ୍ ଅନୁସାରେ, ବୁଧବାର ରାତି ୧୧: ୩୦ ସୁଦ୍ଧା ସମଗ୍ର ବିଶ୍ୱରେ “କୋଭିଡ୍-୧୯’ଜନିତ ମୃତ୍ୟୁସଂଖ୍ୟା ୨୦, ୪୯୯ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪, ୫୧, ୩୫୫କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର