ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ୁଥିବାରୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନ ଅବଧି ଜୁଲାଇ ମାସ ୩୧ ଯାଏଁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକ୍ଡାଉନରେ କିଛିଟା କୋହଳ ହେବ ବୋଲି ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି ଭୋର୍ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲକ୍ଡାଉନ କୋହଳ ରହିବ। ରାତି ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଜାରି ରହିବ। ଜୁଲାଇ ୧ରୁ ରାଜ୍ୟରେ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ଚାଲିଛି ବୋଲି ମମତା ସୂଚନା ଦେଇଛନ୍ତି। ସେ କହିଛନ୍ତି ମେଟ୍ରୋ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସାମାଜିକ ଦୂରତ୍ବ ବଜାୟ ପୂର୍ବକ ମେଟ୍ରୋରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବାକୁ ଅନୁମତି ଦିଆଯିବ। ରାଜ୍ୟରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ସ୍ଥଗିତ ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp