ପଶ୍ଚିମବଙ୍ଗରେ ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଲକଡାଉନ କଟକଣା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ଏବଂ ପଶ୍ଚିମବଙ୍ଗର ଅନ୍ୟାନ୍ୟ ସହରାଞ୍ଚଳରେ ଲାଗିଥିବା ଲକଡାଉନ କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପରିସ୍ଥିତିର ଆକଳନ କରିବା ପରେ ଆଜି ଅପରାହ୍ନ ୫ଟାରୁ ସମଗ୍ର ରାଜ୍ୟରେ ଲକଡାଉନ  କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେହିପରି ଲକଡାଉନ କଟକଣାକୁ ଭାଙ୍ଗିବା ଅଭିଯୋଗରେ କୋଲକାତାରେ ପ୍ରାୟ ୨୫୫ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନେ ଲକଡାଉନ୍ ଆଦେଶ ସତ୍ତ୍ୱେ କୌଣସି କାମ ନଥାଇ ବାହାରେ ବୁଲୁଥିଲେ ସେମାନଙ୍କୁ ଗିରଫ କରାଯାଇଛି |

ଏଠାରେ ସୂଚନା ଥାଉ କି ସୋମବାର ଦିନ, ପଶ୍ଚିମବଙ୍ଗରେ ପ୍ରଥମ କରୋନାଭାଇରସରେ ପୀଡିତଙ୍କର ମୃତ୍ୟୁ ହୋଇଥିଲା | କରୋନା ଭାଇରସରେ ପଜିଟିଭ୍ ପରୀକ୍ଷା ହୋଇଥିବା ୫୭ ବର୍ଷୀୟ ବ୍ୟକ୍ତି ନିକଟରେ ତାଙ୍କ ପରିବାର ସହିତ ଇଟାଲୀ ଗସ୍ତ କରିଥିଲେ। ଗତ ସପ୍ତାହରେ ଜ୍ୱର, ଥଣ୍ଡା ଏବଂ କାଶ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର