କରୋନାର ଜନ୍ମସ୍ଥଳୀକୁ ଫେରିଲା ଲକଡାଉନ୍

ଉହାନ : କରୋନା ମହାମାରୀର ଜନ୍ମସ୍ଥଳୀ ଚୀନର ଉହାନ ନଗରୀକୁ ଫେରିଲା ଲକଡାଉନ । ଉହାନର କେତେକ ଅଂଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି ।

ଉହାନ ନଗରୀର ହାନୟାନ ଡିଷ୍ଟ୍ରିକ୍ଟ ( ସହରର ଏକ ଅଂଚଳ)ରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ଟର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଗୁଆନଝୁ ଡିଷ୍ଟ୍ରିକ୍ଟରେ ବି ଲକଡାଉନ ଘୋଷଣା କରାଯାଇଛି । ଏଠାରେ ୨୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଲକଡାଉନ ସମୟରେ ଲୋକମାନେ ବାହାରକୁ ବାହାରି ପାରିବେ ନାହିଁ ଓ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସେବା ନଗର ପ୍ରଶାସନ ପକ୍ଷରୁ ଦିଆଯିବ । ସହରର ମୋଟ ୫ଟି ଡିଷ୍ଟ୍ରିକ୍ଟକୁ ହାଇରିସ୍କ ବୋଲି ଘୋଷଣା କରାଯାଇଛି । ଏସବୁ ଜିଲ୍ଲାରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଉହାନର ସରକାରୀ ହସପିଟାଲ ପକ୍ଷରୁ କୁହାଯାଇଛି ଯେ ହସପିଟାଲରେ ଆଉଟପେସେଣ୍ଟ (ବହିର୍ବିଭାଗ)କୁ ସାମୟିକଭାବେ ବନ୍ଦ କରାଯାଇଛି । କ୍ୟାଣ୍ଟିନର ଏକ କର୍ମଚାରୀ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ ତିନିବର୍ଷ ତଳେ ଅର୍ଥାତ ୨୦୧୯ ଶେଷ ବେଳକୁ ଏହି ଉହାନ ନଗରୀରେ ହିଁ ପ୍ରଥମ ଥର ପାଇଁ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା । ମାତ୍ର କିପରି ଏହି ଭୁତାଣୁର ଉତ୍ପତ୍ତି ହେଲା ତାହା ଏବେ ବି ସଂଦେହରେ ରହିଛି । ତେବେ ଏକ ପଶୁ ବଜାରରୁ ହିଁ ଏହା ବ୍ୟାପିଥିବା ବହୁଳଭାବେ ଅନୁମାନ କରାଯାଉଛି । ପରେ ଏହି ସଂକ୍ରମଣ ସମଗ୍ର ବିଶ୍ବରେ ଏକ ମହାମାରୀରେ ପରିଣତ ହୋଇଥିଲା ।

 

 

ସମ୍ବନ୍ଧିତ ଖବର