ଲକ୍‌ଡାଉନ୍‌ର ନିୟମ ଭାଙ୍ଗିଲେ ଏହି ଧାରାରେ ହେବ ମାମଲା ରୁଜୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପ୍ରକୋପକୁ ଦେଖି ୨୨ରାଜ୍ୟର ୮୨ଟି ଜିଲ୍ଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଉତ୍ତରପ୍ରଦେଶର ୧୫ଟି ଜିଲ୍ଲା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହୁଥିବା ବେଳେ ତିନିଟି ରାଜ୍ୟରେ ଆଂଶିକ ବନ୍ଦ ଘୋଷଣା କରାଯାଇଛି। ଏହି ଲକ୍‌-ଡାଉନ୍‌ ପରେ ବି ଲୋକମାନେ ଘର ବାହାରକୁ ବାହାରିବା ଜାରି ରଖିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଏହି ନିମୟକୁ କଡ଼ାକଡ଼ି ପାଳନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ନେଇ ମୋଦୀ ଏକ ଟୁଇଟ ବି କରିଛନ୍ତି। ଏହି ଟୁଇଟରେ ମୋଦୀ ଲେଖିଛନ୍ତି, ‘ଲକ୍‌-ଡାଉନ’କୁ ଏବେ ବି କେତେକ ଲୋକ ଗମ୍ଭୀରତା ସହ ନେଉ ନାହାନ୍ତି। ଦାୟା କରି ନିଜେ ନିଜକୁ ବଞ୍ଚାନ୍ତୁ। ନିଜ ପରିବାରକୁ ଏଥିରୁ ଦୂରେଇ ରଖନ୍ତୁ। ନିର୍ଦ୍ଦେଶକୁ ଗମ୍ଭୀରତା ସହ ପାଳନ କରନ୍ତୁ। ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ କି ଲୋକମାନଙ୍କୁ ଏହି ନିୟମର ପାଳନ କରାନ୍ତୁ।’

ଏମିତିରେ ଲୋକମାନଙ୍କୁ ଜଣାନାହିଁ କି ଲକ୍‌-ଡାଉନ୍‌ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିମୟ ଭାଙ୍ଗିଲେ …

୧. ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୧୮୮ ଆଧାରରେ ଜିଲ୍ଲା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

୨. ଯଦି କୌଣସି ବ୍ୟକ୍ତି କରୋନା ପିଜିଟିଭି ବୋଲି ତଥ୍ୟ ଲୁଚାଇବେ, ସେମାନଙ୍କ ବିରୋଧରେ ବି କନିକା କପୁରଙ୍କ ଭଳି ମାମଲା ରୁଜୁ କରାଯିବ। ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୨୬୯ ଓ ୨୭୦ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସରକାରଙ୍କ ଆକଳନ ଅନୁସାରେ ଏଯାବତ କରୋନା ଭାଇରସ୍‌ରେ ପୀଡିତ ୪୩୦ଟି ଘଟଣା ସାମ୍ନାକୁ ଆସିଛି। ଏଥିରେ ୪୧ଜଣ ବିଦେଶୀ ରହିଥିବା ବେଳେ ଦେଶରେ ୮ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇସାରିଲାଣି। ଏହି ମାହାମାରୀରୁ ବଞ୍ଚିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯଥାସମ୍ଭବ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର