ନିଜର ଦାବି ପୂରଣ ଲାଗି ଜୁଲାଇ ୧୯ପର୍ଯ୍ୟନ୍ତ ଭୋକିଲା ରହି ଟ୍ରେନ ଚଳାଇବେ ୪୦୦ ଲୋକୋ ପାଇଲଟ୍‌

ସାହାରନପୁର : ନିଜ ଦାବିକୁ ନେଇ ସାହାରନପୁରର ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡ଼ମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ଭେକିଲା ରହି ଟ୍ରେନ ଚଳାଇବେ ବୋଲି ଜଣାପଡ଼ିଛି । ନିଜର ଦାବିକୁ ପୂରା କରିବା ପାଇଁ ଏହି ଅନ୍ଦୋଳନରେ ପ୍ରାୟ ୪୦୦ ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡ଼ ସାମିଲ ହୋଇଥିବା ଜଣାପଡ଼ିଛି । ଏ ନେଇ ଅଲ୍‌ ଇଣ୍ଡିଆ ଲୋକୋ ପାଇଲଟ ରନିଙ୍ଗ୍‌ ଷ୍ଟାଫ୍‌ ଅସୋସିଏସନ ରେଳ ମନ୍ତ୍ରାଳୟକୁ ନୋଟିସ ଦେଇଥିବା ସୂଚନା ମିଳିଛି । ବାରମ୍ବାର ନିଜ ଦାବି ପାଇଁ ସ୍ୱର ଉତ୍ତୋଳନ କରୁଥିଲେ ମଧ୍ୟ ଲୋକୋ ପାଇଲଟମାନଙ୍କର ଦାବିକୁ ଅଣଦେଖା କରାଯାଇଛି । ଏଥି ପାଇଁ ୪୦୦ ଲୋକୋ ପାଇଲଟ,ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡ଼ ଭୋକିଲା ରହି ଟ୍ରେନ ଚଳାଇବାକୁ ନିଷ୍ପତ୍ତିି ନେଇଥିବା କେନ୍ଦ୍ରୀୟ ଉପାଧ୍ୟକ୍ଷ ବିଶ୍ୱନାଥ ଗୁପ୍ତା କହିଛନ୍ତି ।

timesofindia.indiatimes.com

ଭୋକିଲା ରହି ଟ୍ରେନ ଚଳାଇଲେ ଲୋକୋ ପାଇଲଟଙ୍କ ମୁଣ୍ଡ ବୁଲାଇ ବେହୋସ ହେବାର ଆଶଙ୍କ ରହିଛି । ଯଦି ଏହି ସମୟରେ କୌଣସି ଦୁର୍ଘଟଣା ଘଟୁଛି ତେବେ ଏଥିପାଇଁ ରେଲ୍‌ ବୋର୍ଡ଼ ହିଁ ଦାୟୀ ରହିବ । ସୂଚନା ମୁତାବକ, ଏହି ଆନ୍ଦୋଳନ ଜୁଲାଇ ୧୭ ସକାଳ ୯ଟାରୁ ଆରମ୍ଭ ହୋଇ ଜୁଲାଇ ୧୯ର ସକାଳ ୯ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର