ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଦଳଗୁଡ଼ିକ ହୋହଲ୍ଲା ଏବଂ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବା ପରେ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି ରଖାଯାଇଥିଲା | ଆଜି ୧୧ଟାରେ ଅଧିବେଶନ ଆରମ୍ଭ ହେବା ପରେ ପୁଣି ଥରେ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିବା ଜଣାପଡିଛି |

Advertisment

publive-image in.news.yahoo.com

ଅନ୍ୟପକ୍ଷରେ ବିଜେପି ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି | ଟିକାକୁ ନେଇ ବିରୋଧୀ ରାଜନୀତି କରୁଥିବା କହିବା ସହ କହିଛନ୍ତି ଯେ, ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ଥିଲା | କିନ୍ତୁ ଟିକା ଉପଲବ୍ଧ ଥାଇ ବି ବିରୋଧୀ ଦଳମାନେ ଏହାକୁ ନେଇ ରାଜନୀତି କରିଥିଲେ | କଂଗ୍ରେସ ଦଳକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଦଳ ଦେଶର ଦୁଇ କିମ୍ବା ତିନୋଟି ରାଜ୍ୟରେ କ୍ଷମତା ହାସଲ କରି ପାରିଛି, ସେ ବିଜେପିର ସଫଳତାକୁ ହଜମ କରିପାରୁନାହିଁ |