ଏହି ଆସନରୁ ଲୋକସଭା ପ୍ରାର୍ଥୀ ହେବେ ଡକ୍ଟର ମନମୋହନ ସିଂହ!

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ପ୍ରଥମ ଥର ପାଇଁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଖବର ମିଳିଛି। ଚଳିତ ବର୍ଷ ଜୁନ୍‌ ମାସରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସଂପୂର୍ଣ୍ଣ ହେଉଛି। ଏଣୁ ପୁଣି ଥରେ ଡ଼ ମନମୋହନ ସିଂଙ୍କୁ ରାଜ୍ୟସଭାକୁ ପଠାଇବା କଂଗ୍ରେସ ପକ୍ଷରେ ସମ୍ଭବପୁର ନୁହେଁ। ଏହାର ମୁଖ୍ୟ କାରଣ ହେଲା ଦକ୍ଷିଣ ଭାରତୀୟ ରାଜ୍ୟରୁ ୬ଜଣ ରାଜ୍ୟସଭା ସାଂସଦ ଜୁଲାଇରେ ଅବସର ଗ୍ରହଣ କରିବେ। ମନମୋହନ ସିଂହଙ୍କୁ ଆଉ ଥରେ ତାମିଲନାଡୁରୁ ରାଜ୍ୟସଭାକୁ ପ୍ରେରଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ଏଣୁ ଏଥର କଂଗ୍ରେସ ମନମୋହନ ସିଂହଙ୍କୁ ଲୋକସଭାର ଟିକେଟ୍‌ ଦେବ ବୋଲି ଜଣାଯାଇଛି। ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବର ଅମୃତସର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଡ଼ ମନମୋହନ ସିଂହ ଲୋକସଭା ନିର୍ବାଚନ ଲଢିବେ। ଗତ ଲୋକସଭା ନିର୍ବାଚନରେ ଭାଜପା ପ୍ରାର୍ଥୀ ଅରୁଣ ଜେଟଲି ଅମୃତସରରୁ ପରାଜୟ ବରଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ ପରେ ଡ଼.ମନମୋହନ ସିଂହ ସକ୍ରିୟ ରାଜନୀତିରେ ନାହାଁନ୍ତି।

ସମ୍ବନ୍ଧିତ ଖବର