ନୂଆଦିଲ୍ଳୀ: ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ନିର୍ବାଚନମଣ୍ଡଳୀରୁ ଭୋଟରମାନେ ଗତକାଲି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି। ଆନୁମାନିକ ୬୦.୦୯% ମତଦାନ ସହିତ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।
ସର୍ବାଧିକ ମତଦାନ ହୋଇଛି ପଶ୍ଚିମଙ୍ଗରେ। ଏଠାରେ ୭ଟି ଆସନ ପାଇଁ ୭୩ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୧୩ଟି ଆସନ ପାଇଁ ୪୮.୮୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି।
ବିହାରର ଓ ଝାଡ଼ଖଣ୍ଡରେ ୩ଟି ଲେଖାଏ ଆସନ, ମହାରାଷ୍ଟ୍ରରେ ୧୩, ଓଡ଼ିଶାରେ ୫, ଉତ୍ତରପ୍ରଦେଶରେ ୧୪, ପଶ୍ଚିମବଙ୍ଗରେ ୭ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ - ଜାମ୍ମୁ କାଶ୍ମୀରଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ - ଜାମ୍ମୁ କାଶ୍ମୀରରେ ୧ ଓ ଲଦାଖରେ ୫ଟି ଆସନ ପାଇଁ ମତଦାନ କରାଯାଇଥିଲା।
ପଞ୍ଚମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ (ମୁମ୍ବାଇ ଉତ୍ତର), ସ୍ମୃତି ଇରାନୀ (ଆମେଥୀ) ଏବଂ ରାଜନାଥ ସିଂ ( ଲଷ୍ନୌ)। ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ମହାରାଷ୍ଟ୍ର ଏବଂ ଲଦାଖରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ସମୁଦାୟ ୨୫ ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ୪୨୮ ଲୋକସଭା ଆସନରେ ମତଦାନ ଶେଷ ହୋଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ପାଇଁ ଏହା ୨ୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-ଆସ୍କା, କନ୍ଧମାଳ,ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼ ପାଇଁ ଭୋଟଗ୍ରହଣ ହୋଇଥିଲା । ଏସବୁ ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ବି ଭୋଟଗ୍ରହଣ ହୋଇଥିଲା ।