ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକାଶ ପୁରୁଷ’ର ଚିତ୍ର, ଖୁବ୍ ପରିଶ୍ରମ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରଣନୀତିର ପରିଣାମ ସାମ୍ନାକୁ ଆସି ଯାଇଛି। ଲୋକସଭା ନିର୍ବାଚନରେ ବିଜେପି ଏକାକି ୩୦୦ରୁ ଅଧିକ ସିଟ୍ ହାସଲ କରି ପାରିଛି। ବିଜେପି ୫୪୨ରୁ ପାଖାପାଖି ୩୦୩ ସିଟ୍ରେ ବିଜୟ ହାସଲ କରିଛି ଓ ୪୬ଟି ସିଟ୍ ଅନ୍ୟ ସହଯୋଗୀ ଦଳଙ୍କ ଖାତାକୁ ଯାଇଛି।
News18ଅମିତ ଶାହା ନିଜ ର୍ୟାଲିରେ ଅନେକ ଥର ‘ଅବକି ବାର୍, ତିନି ସୋ ପାର୍’ ସ୍ଲୋଗାନ୍ ଦେଇଥିଲେ। ସେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବ ସମୟରେ କହିଥିଲେ କି, ଚଳିତ ଥର ବିଜେପି ୩୦୦ରୁ ଅଧିକ ସିଟ୍ରେ ବିଜୟୀ ହୋଇ ଆସନ ଆସଲ କରିବ। ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଅମିତ ଶାହ କହିଥିଲେ କି, ବିଜେପି ୩୦୦ରୁ ଅଧିକ ସିଟ୍ ହାସଲ କରିବାକୁ ଯାଉଛନ୍ତି। ଏହି ଭବିଷ୍ୟବାଣୀ ତାଙ୍କର ସତ ପ୍ରମାଣିତ ହୋଇଛି। ଚଳିତ ଥର ଲୋକମାନେ ମୋଦି ସରକାରଙ୍କୁ ବହୁମତ ଦେବେ ବୋଲି ଅମିତ ଶାହ ବିଶ୍ୱାସ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/737e41fc-7d35-11e9-98c6-ecfd32845dee.jpg)