ଲୋକସଭା ନିର୍ବାଚନ ୨୦୧୯ ଭୋଟର ତାଲିକା: ୪ କୋଟି ଦଳିତ, ୩ କୋଟି ମୁସ୍‌ଲମାନ ଓ ୨ କୋଟି ମହିଳା ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନ ପାଖେଇ ଆସିବାକୁ ସେ ସଂପର୍କିତ ଏକ ଆଶ୍ଚର୍ଯ୍ୟକର ତଥ୍ୟ ହସ୍ତଗତ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦେଶରେ ଥିବା ସମୁଦାୟ ୧୧ କୋଟି ମୁସ୍‌ଲିମ୍‌ଙ୍କ ଭିତରୁ ୩ କୋଟି ମୁସ୍‌ଲମାନଙ୍କ ନାମ ଭୋଟର ତାଲିକାରୁ କଟି ଯାଇଛି। ମିସିଙ୍ଗ୍‌ ଭୋଟର ଆପ୍‌ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏହା ଜାଣିବାକୁ ମିଳିଛି। ଏଥିସହିତ ୨୦ କୋଟି ଦଳିତଙ୍କ ଭିତରୁ ୪ କୋଟି ଦଳିତଙ୍କ ନାମ ମଧ୍ୟ କଟି ଯାଇଥିବା ଜାଣିବାକୁ ମିଳିଛି। ସେହିପରି ୨୧ ମିଲିୟନ୍‌ ମହିଳା ବି ଭୋଟ ତାଲିକାରୁ କଟି ଯାଇଛନ୍ତି।

ହୋଇଥିବା ସର୍ଭେରୁ ଜାଣିବାକୁ ମିଳିଛି ଯେ ସବୁ ଭୋଟରଙ୍କ ମଧ୍ୟରୁ ୧୫ ପ୍ରତିଶତ ଓ ମୁସ୍‌ଲମାନ ଭୋଟରଙ୍କ ମଧ୍ୟରୁ ୨୫ ପ୍ରତିଶତ ଏଥର ଭୋଟ ଦେବାରୁ ବଞ୍ଚିତ ହେଉଛନ୍ତି। ସମୁଦାୟ ୧୨.୭ କୋଟି ଭୋଟର ଓ ୩ କୋଟି ମୁସ୍‌ଲମାନ ଭୋଟର ଏଥର ଭୋଟ ଦେଇପାରିବେ ନାହିଁ।

ସମ୍ବନ୍ଧିତ ଖବର