ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ। ତେବେ ମିଳୁଥିବା ସଙ୍କେତ ଅନୁସାରେ ମାର୍ଚ୍ଚ ୧୬ ଅବା ୧୭ରେ ତାରିଖ ଘୋଷଣା ହୋଇପାରେ।

Advertisment

୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ହୋଇଥିଲା। ତେବେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗରେ ଖାଲିଥିବା ଦୁଇ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମ୍ଭବତଃ ଏହି ବ‌ୈଠକରେ ନିଯୁକ୍ତି ପାଇଁ ଆଦେଶ ଜାରି କରାଯାଇ ପାରେ। ଦୁଇ ପଦବୀ ପୂରଣ ହେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି।

ନିର୍ବାଚନ ଆୟୋଗଙ୍କର ଜମ୍ମୁ-କଶ୍ମୀର ଗସ୍ତ ପରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ସଙ୍କେତ ଦେଇଥିଲେ। ୧୩ ମାର୍ଚ୍ଚରେ ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି। ତେଣୁ ଆସନ୍ତା ୨ ଦିନ ମଧ୍ୟରେ ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି।

ଇତିମଧ୍ୟରେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୬ ଏବଂ ୧୭କୁ ରିଜର୍ଭ ଦିବସ ଭାବେ ରଖିଛନ୍ତି। ଏହି ସମୟ ମଧ୍ୟରେ ଉଚ୍ଚ ଅଧିକାରୀଙ୍କୁ ସହର ବାହାରକୁ ନ ଯିବାକୁ ପରାମର୍ଶ ପ୍ରଦାନ କରାଯାଇଛି।