ଲୋକସଭା ନିର୍ବାଚନ ଆଗୁଆ ହୋଇପାରେ: ନୀତୀଶ କୁମାର

ନୂଆଦିଲ୍ଲୀ: ଜୁନ୍‌ ୨୩ ତାରିଖରେ ପାଟନାରେ ବିରୋଧୀ ଦଳ ନେତାମାନଙ୍କ ବୈଠକ ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନୀତୀଶ କହିଛନ୍ତି, ଲୋକସଭା ନିର୍ବାଚନ ଆଗୁଆ ହେବା ସମ୍ଭାବନା ରହିଛି। ଚଳିତ ବର୍ଷରେ ହିଁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି। ପାଟନାରେ ବିଭିନ୍ନ ଗ୍ରାମୀଣ ବିକାଶ ବିଭାଗରେ ୫,୦୬୧ ଯୋଜନାର ଶିଳାନ୍ୟାସ ଏବଂ ଉଦ୍‌ଘାଟନ ପାଇଁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତୀଶ କହିଛନ୍ତି, ବିଭାଗର ସମୀକ୍ଷା ବୈଠକରେ ମତେ କୁହାଯାଇଛି ଯେ ସମସ୍ତ ପ୍ରଳକ୍ପ କାର୍ଯ୍ୟ ୨୦୨୪ ଜାନୁଆରି ସୁଦ୍ଧା ଶେଷ ହେବ। ଲୋକସଭା ନିର୍ବାଚନ କେବେ ହେବ ତାହା କେହି ଜାଣିନାହାନ୍ତି। ଲୋକସଭା ନିର୍ବାଚନ ଆସନ୍ତାବର୍ଷ ହେବ ବୋଲି କିଛି ମାନେ ନାହିଁ। ଏହା ଚଳିତ ବର୍ଷ ବି ହୋଇପାରେ ବୋଲି ନୀତୀଶ କହିଚନ୍ତି।

ସମ୍ବନ୍ଧିତ ଖବର