ମାର୍ଚ୍ଚ ୨୨ରେ ମୁଁ କେଉଁ ଦଳରେ ଯୋଗ ଦେବି ତାହା ଘୋଷଣା କରିବି : ଶତ୍ରୁଘ୍ନ ସିହ୍ନା

ପାଟ୍‌ନା : ପାଟ୍‌ନା ସାହିବ୍‌ରୁ ବିଜେପି ସାଂସଦ ଥିବା  ଅଭିନେତା ଶତ୍ରୁଘ୍ନ ସିହ୍ନା ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।  ଲୋକସଭା ନିର୍ବାଚନ-୨୦୧୯ରେ କେଉଁ ଦଳରେ ଯୋଗ ଦେବେ ସେ ନେଇ ମାର୍ଚ୍ଚ ୨୨ରେ ଘୋଷଣା କରିବେ ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା । ରବିବାର ନିର୍ବାଚନ କମିସନର ନିର୍ବାଚନର ତାରିଖ, କେତୋଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ସ୍ପଷ୍ଟ କରିବା ପରେ କିଏ କେଉଁ ଦଳରୁ ଲଢ଼ିବ ଏବଂ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଏବେ ତା’ ଉପରେ ସମସ୍ତଙ୍କ ନଜର । ପାଟ୍‌ନା ସାହେବ୍‌ରେ ମେ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ଶତ୍ରୁଘ୍ନ ସିହ୍ନାଙ୍କ ଏଭଳି ଘୋଷଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

outlookindia.com

କେବଳ ଅପେକ୍ଷା କର ଏବଂ ଦେଖ । କୌଣସି ପ୍ରକାରର ଅନ୍ଦାଜ ଲଗାଇବାର ଆବଶ୍ୟକତା ନାହିଁ । ମାର୍ଚ୍ଚ ୨୨ରେ ସବୁକିଛି ସ୍ପଷ୍ଟ ହୋଇଯିବ । ଏହା ସ୍ପଷ୍ଟ କି ମୁଁ ୨୦୧୯ର ଲୋକସଭା ନିର୍ବାଚନ ପାଟ୍‌ନା ସାହିବ୍‌ରୁ ହିଁ ଲଢ଼ିବି । ମୁଁ ଏଠାରେ ମୋ ଭାଇମାନେ ଏବଂ ମୋର ଶୁଭଚିନ୍ତକଙ୍କ ମଧ୍ୟରେ ରହିବାକୁ ଚାହିଁବି ବୋଲି ଶତ୍ରୁଘ୍ନ ସିହ୍ନା କହିଥିଲେ ।

ସୂଚନା ମୁତାବକ, ୨୦୧୪ରେ ଜେଡିୟୁ ପ୍ରାର୍ଥୀ ଗୋପାଲ ପ୍ରସାଦ ସିହ୍ନା ଏବଂ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ତଥା ଟେଲିଭିଜନ ହୋଷ୍ଟ ଶେଖର ସୁମନଙ୍କୁ ହରାଇ ଶତ୍ରୁଘ୍ନ ସିହ୍ନା ଦୁଇ ଦୁଇ ଥର ସାଂସଦ ହୋଇଥିଲେ ।

ସମ୍ବନ୍ଧିତ ଖବର