ଲୋକସଭା ଏଷ୍ଟିମେଟ୍‌ କମିଟି: ଓଡ଼ିଶାରୁ ୩ ସାଂସଦ

ନୂଆଦିଲ୍ଲୀ : ୩୦ ସାଂସଦଙ୍କୁ ନେଇ ଗଠିତ ଲୋକସଭା ‘ଏଷ୍ଟିମେଟ୍‌ କମିଟି’ରେ ଓଡ଼ିଶାର ୩ ସାଂସଦ ସ୍ଥାନପାଇଛନ୍ତି। ସେମାନେ ହେଲେ ବିଜେପିର ଜୁଏଲ ଓରାମ ଓ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବିଜେଡିର ପିନାକୀ ମିଶ୍ର। ସେହିଭଳି ଲୋକସଭା ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି) ସଦସ୍ୟ ପାଇଁ ନିର୍ବାଚିତ ୧୫ ସାଂସଦଙ୍କ ମଧ୍ୟରେ ଓଡ଼ିଶାର ଦୁଇ ସାଂସଦ ରହିଛନ୍ତି। ସେମାନେ ହେଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ବିଜେପି ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଉଭୟ କମିଟିର କାର୍ଯ୍ୟକାଳ ମେ ୧, ୨୦୨୩ ରୁ ଏପ୍ରିଲ ୩୦, ୨୦୨୪ ପର୍ଯ୍ୟନ୍ତ ରହିବ।

ସମ୍ବନ୍ଧିତ ଖବର