ନୂଆଦିଲ୍ଲୀ : ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବାକୁ ଅମେଥିରେ ଯାଇ ପହଞ୍ଚିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆୟୋଜିତ ହୋଇଥିବା ସଭାକୁ ସମ୍ବୋଧିତ କରିବା ସହ କଂଗ୍ରେସର କର୍ମକର୍ତ୍ତାମାନଙ୍କ ସହ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରିଥିଲେ । ତେବେ ଏ ସମୟରେ ସହରର କିଛି କିଛି ସ୍ଥାନରେ ପ୍ରିୟଙ୍କା ବିରୋଧି ସ୍ଲୋଗାନ୍ ଲେଖା ଯାଇଥିବାର ନଜର ଆସିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକେ ଏହାର ମଜା ନେଉଥିବା ଦେଖା ଯାଇଛି ।
/sambad/media/post_attachments/wp-content/uploads/2019/03/782623-vadra-priyanka-gandhi-pti-012619-300x169.jpg)
କିଛି କିଛି ଫଟୋରେ, ‘ଦେଖ୍ ଚୁନାଓ ପହନ ଲି ଶାଢ଼ି, ନହିଁ ଚଲେଗି ଏ ହୁସିଆରୀ’ ବୋଲି ଲେଖାଥିବା ବେଳେ କିଛି ଫଟୋରେ, ‘ମେ ୨୦୧୪ମେଁ ବହୁତ କିଆ ଥା ଓ୍ଵାଦା । ୫ସାଲ୍ ବାଦ୍ କ୍ୟା ଲେକେ ଆଇ ହୋ ଫିର୍ ଅମେଥି କୋ ଛଲନେ କା ଇରାଦା’ ବୋଲି ଲେଖା ଥିବା ଦେଖା ଯାଇଥିଲା । ତେବେ ପ୍ରିୟଙ୍କାଙ୍କ ଫଟୋ ଥିବା ଏହି ସବୁ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।