୧୨ ବର୍ଷରୁ କମ ବାଳିକାଙ୍କୁ ଦୁଷ୍କର୍ମ କଲେ ଫାଶୀ, ବିଲକୁ ଲୋକସଭାରେ ମଂଜୁରୀ

ନୂଆଦିଲ୍ଲୀ : ଏଣିକି ୧୨ ବର୍ଷରୁ କମ ବାଳିକାମାନଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ ମିଳିବ । ଏ ସଂପର୍କିତ ବିଲକୁ ଆଜି ଲୋକସଭାରେ ମଂଜୁରୀ ମିଳିଛି । ଗତ ଏପ୍ରିଲ ୨୧ରେ ଲାଗୁ ହୋଇଥିବା କ୍ରିମିନାଲ ଲ’ (ଆମେଣ୍ଡମେଣ୍ଟ ) ଅଧ୍ୟାଦେଶ ବଦଳରେ ଏହା ଲାଗୁ ହେବ । ଉତ୍ତରପ୍ରଦେଶର ଉନ୍ନାଓଠାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଜାମ୍ମୁର କଠୁଆଠାରେ ହୋଇଥିବା ଶିଶୁ ଦୁଷ୍କର୍ମ ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ପରେ ସରକାର ଏହି ଅଧ୍ୟାଦେଶ ଲାଗୁ କରିଥିଲେ । ଆଜି ଗୃହର ଅଧିକାଂଶ ସଦସ୍ୟ ଏହି ବିଲକୁ ସମର୍ଥନ କରିଥିବାବେଳେ ଅଳ୍ପ କିଛି ଅଧ୍ୟାଦେଶ ମାଧ୍ୟମରେ ଆଇନ ଲାଗୁକୁ ବିରୋଧ କରିଥିଲେ । ଏହି ବିଲ ଆଇନରେ ପରିଣତ ହେବା ପରେ ଦେଶରେ ଶିଶୁମାନଙ୍କ ସୁରକ୍ଷା ହୋଇପାରିବ ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କିରନ ରିଜିଜୁ କହିଛନ୍ତି । ବିଲକୁ ଏହା ପରେ ରାଜ୍ୟସଭାରେ ଆଗତ କରାଯିବ ।

ସମ୍ବନ୍ଧିତ ଖବର