ଲୋକସଭାରେ ଗୃହୀତ ହେଲା ଏକକ ଟ୍ରିବୁନାଲ ବିଲ୍‌, ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ନଦୀ ଜଳ ବଣ୍ଟନ ବିବାଦର ସମାଧାନ କରିବ

ନୂଆଦିଲ୍ଲୀ : ଲୋକସଭାରେ ଆଜି ଅନ୍ତଃରାଜ୍ୟ ନଦୀଜଳ ବିବାଦ (ସଂଶୋଧନ) ବିଲ,୨୦୧୯ ଗୃହୀତ ହୋଇଛି । ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ଦେଖାଦେଉଥିବା ବିବାଦଗୁଡ଼ିକର ସମୟବଦ୍ଧ ସମାଧାନ କରିବାକୁ ଏକ ଅନ୍ତଃରାଜ୍ୟ ନଦୀ ଜଳବିବାଦ ଟ୍ରିବୁନାଲ ଗଠନ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ତେବେ କୌଣସି ବିବାଦ ଟ୍ରିବୁନାଲ ନିକଟକୁ ଯିବା ପୂର୍ବରୁ ତାହାର ଆପୋସ ସମାଧାନ ଲାଗି ଏକ ‘ବିବାଦ ସମାଧାନ କମିଟି’ ଗଠନ ଲାଗି ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି । ଏହି ଏକକ ଟ୍ରିବୁନାଲର ବିଭିନ୍ନ ବେଞ୍ଚ ରହିବ ଓ ଗୋଟିଏ ବିବାଦ ମଧ୍ୟରେ ୨ ବର୍ଷ ମଧ୍ୟରେ ଏହା ନିଜର ରାୟ ଶୁଣାଇବ ।

ଏହି ବିଲକୁ ଆଗତ କରି ଜଳ ଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ କହିଛନ୍ତି ଯେ ଦେଶର ୨୪ଟି ନଦୀ ଅବବାହିକା ରହିଛି । ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ବେଶ ପୁରୁଣା ଓ ଏପରିକି ବ୍ରିଟିଶ ଅମଳରେ ବି ବିବାଦ ରହିଥିଲା ।

ସମ୍ବନ୍ଧିତ ଖବର