ଲୋକସଭାରେ ଗୃହୀତ ହେଲା ମଜୁରୀ ଆଇନ ବିଲ ୨୦୧୯, ଦକ୍ଷତା ଓ ଭୌଗୋଳିକ ଅଞ୍ଚଳକୁ ଦେଖି ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିପାରିବେ ସରକାର

ନୂଆଦିଲ୍ଲୀ : ଲୋକସଭାରେ ଆଜି କେତେକ ମହତ୍ୱପୂର୍ଣ୍ଣ ବିଲ ଗୃହୀତ ହୋଇଛି । ସେଗୁଡ଼ିକ ମଧ୍ୟରେ ରହିଛି ଟ୍ରିପିଲ ତଲାକ ବିଲ, ମେଡିକାଲ କମିଶନ ବିଲ, ଖାଉଟି ସୁରକ୍ଷା ବିଲ । ତେବେ ଆଜି ଆଉ ଏକ ମହତ୍ୱପୂର୍ଣ୍ଣ ବିଲ ପାଶ ହୋଇଛି । ତାହା ହେଉଛି ମଜୁରୀ ଆଇନ ବିଲ ବା କୋଡ ଅନ େଓ୍ଵଜେସ ବିଲ ୨୦୧୯ । ଏହି ବିଲ୍‌ ଏବେ ରାଜ୍ୟ ସଭାରେ ଆଗତ ହେବ ।

ଆଇନରେ ପରିଣତ ହେବା ପରେ ସରକାର ସାରା ଦେଶ ପାଇଁ ସର୍ବନିମ୍ନ ଶ୍ରମିକ ମଜୁରୀ ନିର୍ଦ୍ଧାରଣ କରିପାରିବେ । ଏହା ଦ୍ୱାରା ଦେଶର ପ୍ରାୟ ୫୦ କୋଟି ଶ୍ରମିକ ଓ କର୍ମଜୀବୀ ଉପକୃତ ହେବା ଆଶା କରାଯାଉଛି । ଏହି ବିଲକୁ ଆଗତ କରି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର କହିଛନ୍ତି ଯେ ସରକାର ଏଣିକି ନିଯୁକ୍ତି ଅନୁସାରେ ନୁହେଁ, ଭୌଗୋଳିକ ଅଂଚଳ ଓ ଦକ୍ଷତା ଅନୁସାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିପାରିବେ ।

ସମ୍ବନ୍ଧିତ ଖବର