ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କନ୍ହୈୟା କୁମାର ମୋଦୀଙ୍କୁ କଟାକ୍ଷ କରିଛନ୍ତି । ମୋଦୀ ସରକାର ଆସିବା ପରେ ଦେଶର ଅର୍ଥବ୍ୟବସ୍ଥା ଏବଂ ସ୍ଥିତି କେମିତି ରହିଛି ସେ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କନ୍ହୈୟା କୁମାର । ମୋଦୀଙ୍କୁ ନେଇ ତାଙ୍କ ମତ ଏବେ ବିବାଦୀୟ ହେବାକୁ ଲାଗିଥିବା ବେଳେ ବିରୋଧି ଦଳ ଏହାକୁ ସମର୍ଥନ କରିଥିବା ଦେଖାଯାଇଛି ।
ସାକ୍ଷାତକାରରେ ତାଙ୍କୁ ମୋଦୀ ସରକାର ଉପରେ ମତ ରଖିବାକୁ ପାଇଁ କୁହାଯିବା ପରେ, ଗୋଟେ ପକ୍ଷରେ ମୋଦୀଜୀଙ୍କ ଚମକୁଥିବା ଚେହେରା ପାଇଁ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟ ପଟେ, ଦେଶର ଗରିବ ଜନତା, ଯାହା ବିଷୟରେ ମୋଦୀଜୀ କେବେ ଚିନ୍ତା କରି ନାହାନ୍ତି । ମୋଦୀଜୀ କେବଳ ଯୋଜନା ବନାଇଛନ୍ତି । କିନ୍ତୁ ତାହା ସଫଳ ହୋଇ ନାହିଁ । ଦେଶର ଜନତାଙ୍କ ପାଇଁ କରାଯାଇଥିବା ସ୍କିମ୍ ଯେମିତିକି, ଉଜ୍ଜ୍ୱଳା ଯୋଜନା ଏବଂ ବେଟି ବଚାଓ ବେଟି ପଢ଼ାଓ ଯୋଜନା ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି । ଏହି ସ୍କିମ୍ର ବିଜ୍ଞାପନ ପାଇଁ ମୋଦୀ ସରକାର ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିଲା ନାହିଁ ।
/sambad/media/post_attachments/wp-content/uploads/2019/03/KanhaiyaKumar-300x200.jpg)
ଉଜ୍ଜ୍ୱଳା ଯୋଜନା ଦ୍ୱାରା ଲୋକେ ମାଗଣାରେ ଗ୍ୟାସ୍ ସଂଯୋଗ ପାଇବେ ବୋଲି ମୋଦୀ ସରକାର ଦାବି କରୁଥିବା ବେଳେ ହିତାଧିକାରୀମାନେ କିସ୍ତିରେ ଏ ନେଇ ଟଙ୍କା ଦେଉଛନ୍ତି । କାରଣ ସେମାନଙ୍କୁ ଟଙ୍କା ଖର୍ଚ୍ଚ କରି ସିଲିଣ୍ଡରକୁ ପୁନଃ ଭରିବା ପାଇଁ ଯିବାକୁ ପଢ଼ୁଛି । କିଛି କିଛି ଲୋକ ପୁନଃ ଭରିବା ପାଇଁ ଲାଗୁଥିବା ଟଙ୍କାକୁ ନେଇ ସିଲିଣ୍ଡର ଭରୁ ନାହାନ୍ତି । ସିଲିଣ୍ଡର ପୁନଃ ଭରିବାର ଦାମ୍ ୧୦୦୦ଟଙ୍କା ଉପରେ ପହଞ୍ଚିଥିବା ବେଳେ ଟଙ୍କା ଅଭାବରୁ ଲୋକେ ସିଲିଣ୍ଡର ଭରି ପାରନ୍ତି ନାହିଁ । କୋଟି କୋଟି ଗରିବ ଲୋକ ଗୋଟେ ପଟେ ଥିବା ବେଳେ ଅନ୍ୟ ପଟେ ମୋଦୀଙ୍କ ଚେହେରାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିଥିଲେ କନ୍ହୈୟା କୁମାର ।