ପେଗସସ୍ ବିବାଦ କାରଣରୁ ସଂସଦରେ ହଟ୍ଟଗୋଳ; ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ: ପେଗସସ୍ ସ୍ପାଇୱେର୍‌ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ସ୍ଲୋଗାନ୍‌ ଦେବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି।

ଆଜି ଦ୍ବିତୀୟ ଥର ଲାଗି ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପେଗସସ୍‌ ମାମଲା ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳର ନେତାମାନେ ଦାବି କରି ସ୍ଲୋଗାନ୍‌ ଦେବାରୁ ବାଚସ୍ପତି ପ୍ରଥମେ ୧୨.୩୦ ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ। ‘ପେଗସସ୍ ପ୍ରୋଜେକ୍ଟ୍‌’ ରିପୋର୍ଟ ଉପରେ ଆଲୋଚନା ଦାବି କରି ବିରୋଧୀ ସାଂସଦମାନେ ‘ଖେଲା ହୋବେ’ ସ୍ଲୋଗାନ୍ ଦେଇ ଗୃହ କମ୍ପାଇ ଦେଇଥିଲେ।

Image Courtesy of India Today

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଗୃହରେ ଯାହା କହିବାକୁ ଚାହୁଁଥିଲେ ତାକୁ ମଧ୍ୟ ବାତିଲ କରି ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳର ନେତାମାନେ ସ୍ଲୋଗାନ୍‌ ଦେଇ ଚାଲିଥିଲେ ବି ରାଜ୍ୟସଭା ଚାଲିଥିଲା। ହୋହାଲ୍ଲା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଭୂପେନ୍ଦର୍‌ ଯାଦବ ଏବଂ ଜ୍ୟୋତିରାଦିତ୍ୟା ସିନ୍ଧିଆ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ବର୍ଦ୍ଧିଷ୍ଣୁ ଇନ୍ଧନ ମୂଲ୍ୟ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାବେ ବିବୃତି ଦେବାକୁ ଯାଉଥିବା ବେଳେ ବିରୋଧୀ ଦଳର ନେତାମାନେ ନାନା ପ୍ରକାର ପ୍ରଶ୍ନ ପଚାରିଥିଲେ।

ସେହିଭଳି କଂଗ୍ରେସ ସାଂସଦ ରିପୁନ୍ ବୋରା ଆସାମ-ମି‌ଜୋରାମ ସୀମା ବିବାଦ ସଂକ୍ରାନ୍ତରେ ଆଲୋଚନା ହେଉ ବୋଲି ଦାବି ରାଜ୍ୟସଭାରେ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର