ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରେ ଲୋକସଭାରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ। ଆରମ୍ଭ ଦିନ ହିଁ ୩୦ଜଣ ସାଂସଦ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ସେମାନଙ୍କ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ପରବର୍ତ୍ତୀ ଅଧିବେଶନରେ ସେମାନେ ଯୋଗ ଦେଇନଥିଲେ। ତେବେ ଦିନକୁ ଦିନ ଅଧିକରୁ ଅଧିକ ସାଂସଦ କରୋନା ଆକ୍ରାନ୍ତ ହେଉଥିବାରୁୁ ସେମାନଙ୍କ ସୁରକ୍ଷା ପାାଇଁ ମୌସୁମୀ ଅଧିବେଶନ ବନ୍ଦ ହେବ ବୋଲି ଜଣା ପଡ଼ିଛି। ଆସନ୍ତା ବୁଧବାରଠାରୁ ମୌସୁମୀ ଅଧିବେଶନକୁ ବନ୍ଦ କରିଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ ଉପଦେଷ୍ଟା କମିଟି ବୈଠକରେ ବିରୋଧୀଙ୍କ ସହ ଆଲୋଚନା କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ୩୦ଜଣ ସାଂସଦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଂସଦଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବହୁ ବିରୋଧୀ ଦଳର ସଦସ୍ୟ ମଧ୍ୟ ଅଧିବେଶନକୁ ବାତିଲ କରିବା ସପକ୍ଷରେ ଥିବା ସୂଚନା ମିଳିଛି । ଆସନ୍ତା ବୁଧବାର ଠାରୁ ଲୋକସଭା ଅଧିବେଶନ ସ୍ଥଗିତ ହେବାର ସମ୍ଭାବନା ରହିଛି । ଏହି ଧାରାରେ ରାଜ୍ୟସଭା ମଧ୍ୟ ନିଷ୍ପତି ନେବେ ବୋଲି ସୂଚନା ମିଳିଛି ।
/sambad/media/post_attachments/c45376d2d9993f2d14e936faf60880d012ac91e67975c51665e8c19929e9ddb0.jpg)