ଲୋକସଭାର ୭ ବିଶୃଙ୍ଖଳିତ କଂଗ୍ରେସ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲେ ବାଚସ୍ପତି ଓମ୍‌ ବିର୍ଲା

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନ କାଳରେ ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ନିଲମ୍ବିତ ହୋଇଥିବା ୭ ଜଣ କଂଗ୍ରେସ ସାଂସଦଙ୍କ ଉପରୁ ଆଜି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ଲୋକସଭାର ବାଚସ୍ପତି ଓମ୍‌ ବିର୍ଲ।

ଉଲ୍ଲେଖଯୋଗ୍ୟ, ସଂସଦର ଲୋକସଭାରେ ଅଧିବେଶନ ଚାଲିଥିବା ସୟୟରେ ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଗୃହ କାର୍ଯ୍ୟ ସଂଚାଳନରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଗତ ୫ ତାରିଖରେ କଂଗ୍ରେସର ଏହି ୭ ଜଣ ବିଶୃଙ୍ଖଳିତ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଫଳରେ କଂଗ୍ରେସର ଏହି ୭ ଜଣ ସାଂସଦ ଚଳିତ ଅଧିବେଶନର ବାକିଥିବା କାର୍ଯ୍ୟଦିବସଗୁଡ଼ିକରେ ଅଂଶ ଗ୍ରହଣ କରିପାରି ନଥାନ୍ତେ।

Loksabha Tv

ନିଲମ୍ବିତ ହୋଇଥିବା କଂଗ୍ରେସର ଏହି ୭ ଜଣ ଲୋକସଭାର ସାଂସଦ ଥିଲେ ଗୌରବ ଗୋଗେଇ, ଟିଏନ୍‌ ପାର୍ଥପନ, ଡିନ୍‌ କୁରିଆକୋସ୍‌, ମନିକାମ୍‌ ଟାଗୋର, ରାଜମୋହନ ଉନ୍ନିଥାନ ଓ ଗୁରୁଜିତ୍‌ ସିଂହ ଆଉଜଲା। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିିଏଏ) ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗା ଉପରେ ଆଲୋଚନା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଦାବି କରି କଂଗ୍ରେସର ଏହି ୭ ଜଣ ସାଂସଦ ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ହାଙ୍ଗାମା କରିବାରୁ ଗୃହ କାର୍ଯ୍ୟ ସଂଚାଳନରେ ବାଧା ସୃଷ୍ଟି ହୋଇଥିଲା।

ତେବେ ବାଚସ୍ପତି ଓମ୍‌ ବିର୍ଲା ଆଜି ଶୃଙ୍ଖଳା ସବକମିଟି ସହ ଆଲୋଚନା କଲାପରେ କଂଗ୍ରେସର ଏହି ୭ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର