ଲୋକସଭା ନିର୍ବାଚନ ୨୦୧୯:ନୀତୀଶଙ୍କୁ ୧୬, ବିଜେପିକୁ ୧୭ ଆସନ

ପାଟ୍‌ନା: ବିଜେପି ସହ ଶୀତଳ ଯୁଦ୍ଧ ପ‌େର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୯ ଲୋକସଭା ନିର୍ବା‌ଚନ ପାଇଁ ସମ୍ମାନଜନକ ଆସନ ପାଇଛନ୍ତି। ଲୋକସଭା ନିର୍ବାଚନରେ ବିହାରର ୪୦ ଲୋକସଭା ଆସନରୁ ବିଜେପିକୁ ୧୭ଟି ଆସନ ଏବଂ ନୀତୀଶଙ୍କ ଜେଡିୟୁକୁ ୧୬ଟି ଅାସନ ମିଳିବ। ଏହାବାଦ୍‌ ରାଜ୍ୟରୁ ଏନ୍‌ଡିଏରେ ଥିବା ରାମ ବିଳାସ ପାଶ୍ବାନଙ୍କୁ ୫ଟି ଆସନ ଏବଂ ଉପେନ୍ଦ୍ର କୁସୱାହାଙ୍କୁ ୨ଟି ଆସନ ମିଳିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌େମାଦୀ, ବିଜେପି ମୁଖ୍ୟ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଏନେଇ ଏକ ଆଲୋଚନା ହୋଇଥିଲା ଏବଂ ଆସନ ଭାଗବଣ୍ଟା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଚଳିତ ସପ୍ତାହରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ତେବେ ଏହି ଆସନା ଭାଗବଣ୍ଟା ପ୍ରସଙ୍ଗରେ ବିଜେପି ଅନ୍ୟ ସହଯୋଗୀ ମେଣ୍ଟ ଗୁଡ଼ିକଠାରୁ ସମ୍ମତି ନେ‌ବ। ବରି‌ଷ୍ଠ ବିଜେପି ନେତା ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଏହି ଫର୍ମୁଲା ଚୂଡ଼ାନ୍ତ ନୁହେଁ। ଆସନ ଭାଗବଣ୍ଟା ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଗଲେ ସମସ୍ତେ ଏ ବିଷୟରେ ଅବଗତ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର