ଲୋକାୟୁକ୍ତ ନିଯୁକ୍ତି ମାମଲା : ୩ ମାସ ପରେ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ମାମଲାରେ ଆସନ୍ତା ୩ ମାସ ପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ମାମଲାର ଶୁଣାଣି ହେବ ସେନେଇ ଧାର୍ଯ୍ୟ ହୋଇନାହିଁ। ମାମଲାର ଶୁଣାଣି ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଖଣ୍ଡପୀଠଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବେ। ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରା ଲୋକାୟୁକ୍ତ ନିଯୁକ୍ତି ସମ୍ପର୍କିତ ମାମଲା ନେଇ ଯେଉଁ ଲିଖିତ ନିର୍ଦ୍ଦେଶନାମା ପ୍ରକାଇ ପାଇଛି ‌େସଥିରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ନେଇ ବିଭିନ୍ନ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଶେଷ ହେବ ଏବଂ କେଉଁ ତାରିଖରୁ ଲୋକାୟୁକ୍ତ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ସେନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ କୋର୍ଟଙ୍କୁ ଅବଗତ କରିବେ। ‌ଉଲ୍ଲେଖଯୋଗ୍ୟ ଗତକାଲି ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ସଂଜୟ କିଷନ କୌଲ ଓ ବିଚ‌ାରପତି କେ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ପାଇଁ ୩ ମାସର ମହଲତ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲେ।

ସମ୍ବନ୍ଧିତ ଖବର