ନୂଆଦିଲ୍ଲୀ :ଲୋକାୟୁକ୍ତ ନିଯୁକ୍ତି ନେଇ ରାଜ୍ୟ ସରକାର କୌଣସି ସମୟସୀମା ଧାର୍ଯ୍ୟ କରିନାହାନ୍ତି। ବାରମ୍ବାର କାହିଁକି ସମୟ ମାଗୁଛନ୍ତି? ମୁଖ୍ୟଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ କୁହନ୍ତୁ, ନିର୍ଦିଷ୍ଟ କେଉଁ ସମୟ ସୀମା ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବେ।
ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏମିତି କଠୋରତା ପ୍ରକାଶ କରି ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ଲାଗି ରାଜ୍ୟ ସରକାର ଯେଉଁ ତିନିମାସର ସମୟସୀମା ମାଗିଥିେଲ, ତାହାକୁ ଖାରଜ କରିେଦଇଛନ୍ତି। କୋର୍ଟଙ୍କ ଏଭଳି ଆଭିମୁଖ୍ୟରେ ରାଜ୍ୟ ସରକାରଙ୍କୁ ଜବରଦସ୍ତ ଝଟକା ଲାଗିଛି।
ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ମାମଲାରେ େହଉଥିବା ବିଳମ୍ବକୁ େନଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ େଗାେଗାଇ, ବିଚାରପତି ସଂଜୟ କୌଲ ଓ ବିଚାରପତି ଜେ ଏମ୍ େଯାେଶଫଙ୍କ ଖଣ୍ଡପୀଠ ଆଜି ଭୀଷଣ ବିରକ୍ତି ପ୍ରକାଶ କରିଥିେଲ। େଲାକାୟୁକ୍ତ ନିଯୁକ୍ତି େନଇ ରାଜ୍ୟ ସରକାରଙ୍କ ପକ୍ଷରୁ େଯଉଁ ୮ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା, ଖଣ୍ଡପୀଠ େସଥିପାଇଁ ଅସନ୍ତୁଷ୍ଟ େବାଲି େରାକଠୋକ୍ ଜଣାଇ େଦଇଥିେଲ।
େଲାକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା େନଇ ଜୁଲାଇ ୧୦ ତାରିଖ ପରେ କି କି ପଦକ୍ଷେପ ନିଆଯାଇଛି, େସ େନଇ ସତ୍ୟପାଠ ମାଧ୍ୟମରେ େକାର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ଏଥିେର କୁହାଯାଇଥିଲା, ଚଳିତମାସ ୬ ତାରିଖରେ ଚୟନ କମିଟି ବୈଠକ ଡକାଯାଇଥିଲା। ଓଡ଼ିଶା େଲାକାୟୁକ୍ତ ଆଇନ, ୨୦୧୪ର ଧାରା ୪(୧) େର ଚୟନ କମିଟି ଗଠନ ସଂପର୍କରେ ଉଲ୍ଲେଖ ରହିଛି। ଏହି ବ୍ୟବସ୍ଥା ଅନୁସାରେ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ଭାେବ ସହମତି େଦବା ପରେ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଏକ ବୈଠକ ଡକାଯାଇଥିଲା। ବୈଠକରେ ଅନଙ୍ଗ କୁମାର ପଟ୍ଟନାୟକଙ୍କ ନାମ ସୁପାରିସ କରାଯାଇଥିଲା। ଏହାକୁ ରାଜ୍ୟପାଳ ସ୍ବୀକୃତି େଦବା ପରେ ଅକ୍ଟୋବର ୯ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସତ୍ୟପାଠରେ ସରକାର ଆହୁରି କହିଛନ୍ତି, ରାଜ୍ୟ ସରକାର ସର୍ଚ୍ଚ କମିଟି ଗଠନ ପାଇଁ ତ୍ବରିତ ପଦକ୍ଷେପ ନେବେ। ଚୟନ କମିଟି ଦ୍ବାରା ଧାରା ୪(୩) ଅନ୍ତର୍ଗତ ସର୍ଚ କମିଟି ଗଠନର ବ୍ୟବସ୍ଥା ରହିଛି। ଏହି କମିଟି ନାମ ତାଲିକା େଦବା ପରେ ଚୟନ କମିଟି େଲାକାୟୁକ୍ତ ବାଛିେବ ଓ ସରକାର ତତ୍କାଳ ତାଙ୍କୁ ନିଯୁକ୍ତି େଦବେ େବାଲି କୁହାଯାଇଛି। ସର୍ଚ କମିଟି ଓଡ଼ିଶା େଲାକାୟୁକ୍ତ ନିୟମ ପଦ୍ଧତିରେ ଯିବେ, ଯାହା ପାଇଁ ଅଧିକ ସମୟ ଦରକାର। ଏଣୁ େଲାକାୟୁକ୍ତ ନିଯୁକ୍ତି ପାଇଁ ଆଉ ଅଧିକ ସମୟ ଦିଆଯାଉ େବାଲି ରାଜ୍ୟ ସରକାରଙ୍କ ପକ୍ଷରୁ େକାର୍ଟଙ୍କୁ ନିେବଦନ କରାଯାଇଥିଲା।
େହଲେ ରାଜ୍ୟ ସରକାରଙ୍କ ଏଭଳି ସତ୍ୟପାଠ େକାର୍ଟଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ବରଂ ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ରଙ୍କୁ ଖଣ୍ଡପୀଠଙ୍କର ଅେନକ ପ୍ରଶ୍ନବାଣର ସମ୍ମୁଖୀନ େହବାକୁ ପଡିଥିଲା। ସତ୍ୟପାଠରେ େଲାକାୟୁକ୍ତ ନିଯୁକ୍ତିର ସମୟସୀମା ସଂପର୍କରେ କିଛି ବି ଉଲ୍ଲେଖ ନଥିବାରୁ ପ୍ରକ୍ରିୟା େକବେ େଶଷ େହବ େବାଲି ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିେଲ। ଶ୍ରୀ ମିଶ୍ର କିନ୍ତୁ କୌଣସି ନିର୍ଦିଷ୍ଟ ତାରିଖ ଜଣାଇପାରିନଥିଲେ, ବରଂ ଖୁବ୍ଶୀଘ୍ର ଶେଷ େହବ େବାଲି କହିଥିଲେ। ଖଣ୍ଡପୀଠ ଚୟନ କମିଟିେର େକତେ ଜଣ ସଦସ୍ୟ ଅଛନ୍ତି େବାଲି ଜାଣିବାକୁ ଚାହିଁଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା େଯ ଚୟନ କମିଟି ସମ୍ପୂର୍ଣ୍ଣ ଭାବେ ଗଠନ େହାଇଛି। େକାର୍ଟ ପୁଣି ପଚାରିଥିେଲ େଯ ଆଇନ ଅଧୀନସ୍ଥ ନିୟମ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି କି ନାହିଁ। ରାଜ୍ୟ ସରକାର ଏଥିେର ହଁ ମାରିବା ସହିତ ସମସ୍ତ ପ୍ରକ୍ରିୟା େଶଷ ପାଇଁ ତିନି ମାସ ମହଲତ ମାଗିଥିେଲ। ମାତ୍ର େକାର୍ଟ ଏହି ଅନୁେରାଧକୁ ସିଧା ସିଧା ଅଗ୍ରାହ୍ୟ କରିେଦଇଥିେଲ।
ଉେଲ୍ଲଖଯୋଗ୍ୟ, ଗତ ଜୁଲାଇ ୧୦ ତାରିଖରେ ରାଜ୍ୟରେ େଲାକାୟୁକ୍ତ ନିଯୁକ୍ତି ପ୍ରକ୍ରିୟାକୁ ତିନିମାସ ମଧ୍ୟରେ ସାରିବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିେର୍ଦଶ େଦଇଥିେଲ। ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ୨୦୧୮ ଜୁଲାଇ ୭ ତାରିଖରେ ଓଡ଼ିଶାରେ େଲାକାୟୁକ୍ତ ଆଇନ କାର୍ଯ୍ୟକାରୀ େହାଇଥିବା ସଂପର୍କରେ େକାର୍ଟଙ୍କୁ ଅବଗତ କରାଇଥିେଲ।
େକନ୍ଦ୍ରରେ େଲାକାୟୁକ୍ତ ଆଇନ କାର୍ଯ୍ୟକାରୀ େହବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏ ସଂକ୍ରାନ୍ତ ବିଲକୁ ବିଧାନସଭାରେ ପାରିତ କରାଯାଇଥିଲା। େହଲେ େଦଶର ଅନେକ ରାଜ୍ୟରେ େଲାକାୟୁକ୍ତ ନିଯୁକ୍ତି କରାଯାଇନାହିଁ େବାଲି ବିେଜପି େନତା ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିେଲ। ମାମଲାର ଶୁଣାଣି କରି ରାଜ୍ୟମାେନ ତୁରନ୍ତ େଲାକାୟୁକ୍ତ ନିଯୁକ୍ତି କରିବା ଲାଗି େକାର୍ଟ ନିେର୍ଦଶ େଦଇଥିେଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sc-2.jpg)