ନୂଆଦିଲ୍ଲୀ: ଲୋକପାଳଙ୍କ ଆଧିକାରିକ ୱେବସାଇଟ୍ ଆଜି (ଗୁରୁବାର) ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏହାର ଲୋକାପର୍ଣ କରିଛନ୍ତି ଏହାର ଅଧ୍ୟକ୍ଷ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକପାଳଙ୍କ ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
ଲୋକପାଳଙ୍କ ଏହି ଆଧିକାରିକ ୱେବସାଇଟ୍ ବା ପୋର୍ଟାଲର ଡିଜାଇନ୍ ଓ ଏହାର ପ୍ରସ୍ତୁତି କରିଛନ୍ତି ଭାରତ ସରକାରଙ୍କର ନ୍ୟାସନାଲ ଇନଫର୍ମେସନ୍ କମିଶନ (ଏନ୍ଆଇସି)। ଲୋକପାଳଙ୍କ ଏହି ଆଧିକାରିକ ୱେବସାଇଟ୍ ବା ପୋର୍ଟାଲର ଠିକଣା ହେଉଛି http://lokpal.gov.in ଏଥିରେ ଲୋକପାଳଙ୍କ କାର୍ଯ୍ୟାଳୟ ସଂପର୍କିତ ସମସ୍ତ ତଥ୍ୟ ଏ ଏହାର କାର୍ଯ୍ୟଧାରା ସଂପର୍କରେ ସବିଶେଷ ଉଲ୍ଲେଖ ରହିଛି।
ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ଲକ୍ଷ୍ୟରେ ସ୍ୱାଧୀନ ଭାରତର ଲୋକାୟୁକ୍ତ ଆଇନ୍ ୨୦୧୩ ବଳରେ ଗଠନ କରାଯାଇଥିବା ଲୋକପାଳ ସଂସ୍ଥା ହେଉଛି ପ୍ରତ୍ୟେକ ଦୁର୍ନୀତିର ତଦନ୍ତ କରିବା ପାଇଁ ସର୍ବୋଚ୍ଚ ସଂସ୍ଥା। ଲୋକପାଳ ଚୟନ କମିଟି ଦ୍ୱାରା ଦେଶର ସର୍ବପ୍ରଥମ ଲୋକପାଳ ରୂପେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କୁ ଚୟନ କରାଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ମାର୍ଚ୍ଚ ୨୩ ତାରିଖରେ ତାଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/lokpal.jpg)