ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ, ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିଛି ସଂସଦ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ହେଲେ ଏବେ ବି ସଂସଦରେ ଶାସକ-ବିରୋଧୀ ତାତି ଥମିବାର ନା ନେଉନି । ପେଗାସସ୍ ମାମଲାକୁ ନେଇ ବିରୋଧୀ ଦଳ ଶାସକ ଦଳ ଉପରେ ଟାର୍ଗେଟ କରୁଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀ ଦଳ ଉପରେ ଦୋଷ ଲଦୁଛି, ଯାହାକୁ ନେଇ ଉଭୟ ପକ୍ଷର ସାଂସଦମାନେ ଗୃହ ଭିତରେ ହଟ୍ଟଗୋଳ ଜାରି ରଖୁଛନ୍ତି ।

ଜୁଲାଇ ୧୯ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଯେଉଁଥିରୁ ଏବେ ସୁଦ୍ଧା କେବଳ ୯ ଦିନ ଗୃହ ଚାଲିପାରିଛି । ହେଲେ ଗତ ୭ ଦିନର କଥା ବିଚାରକୁ ନେଲେ ଜଣାପଡୁଛି ଯେ, ଏହି ସାତ ଦିନ ଭିତରେ ସଂସଦ ମାତ୍ର ୧୨ ଘଣ୍ଟା ପାଇଁ ଚାଲିପାରିଛି । ଗତ ସପ୍ତାହେ ଭିତରେ ଲୋକସଭା ମାତ୍ର ୪ ଘଣ୍ଟା ପାଇଁ ସୁରୁଖୁରୁରେ ଚାଲିପାରିଥିବାବେଳେ ରାଜ୍ୟସଭା କେବଳ ୮.୨ ଘଣ୍ଟା ପାଇଁ ସୁରୁଖୁରୁରେ ଚାଲିପାରିଛି ।

No leaf unturned as Parliament gets set for monsoon session starting Sep 14  | Business Standard News
Business Standard

ବିରୋଧୀ-ଶାସକଙ୍କ ହଟ୍ଟଗୋଳ ହେତୁ ଲୋକସଭା ଗତ ସପ୍ତାହେ ଭିତରେ ୩୮ ଘଣ୍ଟା ପାଇଁ ମୁଲତବୀ ହୋଇଥିବାବେଳେ ରାଜ୍ୟସଭା ୩୩.୮ ଘଣ୍ଟା ପାଇଁ ବନ୍ଦ ରହିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂସଦର ଏକ ଘଣ୍ଟା କାର୍ଯ୍ୟକାଳ ପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଏହି ସମୟରେ ସରକାରୀ ରାଜକୋଷରୁ ପ୍ରାୟ ୫୩.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥଲେ ମଧ୍ୟ ସଂସଦ ଠିକ୍ ଭାବେ ଚାଲିପାରିନି ।

ସମ୍ବନ୍ଧିତ ଖବର