ମଙ୍ଗଳବାର ହେବ ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ: ନୂଆ ଲୋକସଭାର ଅଧିବେଶନ ଆରମ୍ଭ ହୋଇଯାଇଛି । ସୋମବାର ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ସାଂସଦ ଲୋକସଭାରେ ଶପଥ ନେଇଥିଲେ। ଏବେ ଖବର ଆସିଛି ଯେ ଲୋକସଭା ବାଚସ୍ପତି ପଦ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରାଯିବ। ସୂଚନା ଅନୁଯାୟୀ, ଲୋକସଭା ବାଚସ୍ପତି ପଦ ପାଇଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଆସନ୍ତୁ ଜାଣିବା ଲୋକସଭା ବାଚସ୍ପତି ହେବା ଦୌଡ଼ରେ କିଏ ଅଛନ୍ତି ନେତା ।

ଲୋକସଭା ବାଚସ୍ପତି ପଦ ପାଇଁ ଚାଲିଥିବା ଦୌଡ଼ ବିଷୟରେ କହିବାକୁ ଗଲେ ପୁଣି ଥରେ ଓମ୍ ବିର୍ଲାଙ୍କ ନାଁ ସବୁଠୁ ଆଗରେ ରହିଛି। ତେବେ ବିର୍ଲାଙ୍କ ପରେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ, ବରିଷ୍ଠ ବିଜେପି ନେତା ରାଧା ମୋହନ ସିଂହ । ପୂର୍ବରୁ ବାଚସ୍ପତି ଦୌଡ଼ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା। ତେବେ ଭର୍ତ୍ତୃହରି ମହତାବଙ୍କୁ ନିକଟରେ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ କରାଯିବା ପରେ ଉକ୍ତ ଚର୍ଚ୍ଚାରେ ଅବସାନ ଘଟିଛି ।

ବାଚସ୍ପତି ପଦ ପାଇଁ ବିରୋଧୀ ଦଳମାନେ ମଧ୍ୟ ନିଜର ପ୍ରାର୍ଥୀ ଛିଡ଼ା କରିପାରନ୍ତି । କିନ୍ତୁ ବାଚସ୍ପତି ପଦ ପାଇଁ ବିଜେପିକୁ ନିଜ ସହଯୋଗୀଙ୍କ ସମର୍ଥନ ମିଳିଛି । ଏଥିପାଇଁ ଜୁନ୍ ୧୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏନଡିଏ ସହଯୋଗୀ ଦଳର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଟିଡିପି ଓ ଜେଡିୟୁ ଏନଡିଏ ସହ ଅଛନ୍ତି ବୋଲି ଜେଡିୟୁ କହିସାରିଛି । ବାଚସ୍ପତି ପଦ ପାଇଁ ବିଜେପି ଯେଉଁ ନେତାଙ୍କୁ ମନୋନୀତ କରିବ ତାକୁ ଆମେ ସମର୍ଥନ କରିବୁ।

ସମ୍ବନ୍ଧିତ ଖବର