ନୂଆଦିଲ୍ଲୀ: ଲଣ୍ଡନ ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ସମ୍ମୁଖରେ ଆଜି ଏକ କାର୍ ଅତି ବେପରୁଆ ଭାବେ ଲୋକଙ୍କ ଉପରେ ଚଢ଼ିଯିବାରୁ ବହୁ ଲୋକ ଆହତ ହୋଇଛନ୍ତି। ତେବେ ଏହା ଏକ ଆତଙ୍କବାଦୀ କାଣ୍ଡ କିମ୍ବା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ଘଟଣା ପରେ ଲଣ୍ଡନର ବିଭିନ୍ନ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏକ କାର ଦ୍ରୁତ ଗତିରେ ମ୍ୟୁଜିୟମ ପରିସରରେ ଦର୍ଶକମାନେ ଚାଲୁଥିବା ଫୁଟ୍ପାଥ ଉପରେ ଚଢ଼ି ଲୋକଙ୍କୁ ଆଘାତ ଦେଇଥିଲା। ସୁରକ୍ଷା ବାହିନୀ ତୁରନ୍ତ କାର୍ ଚାଳକକୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଲଣ୍ଡନ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରହିଥିବାରୁ ଏହି ଘଟଣା ଆତଙ୍କ ସୃଷ୍ଟି କରିଛି।
ଲଣ୍ଡନରେ ଆତଙ୍କ: ଲୋକଙ୍କ ଉପରେ ମାଡ଼ି ଚାଲିଲା କାର୍
/sambad/media/post_attachments/wp-content/uploads/2017/10/98219441_car1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)