ଲଣ୍ଡନ : ଲଣ୍ଡନ୍‌ ବ୍ରିଜ୍‌ରେ ଆଜି ଅଚାନକ ଜଣେ ବ୍ୟକ୍ତି ଛୁରାମାଡ଼ କରି ୫ ଜଣଙ୍କୁ ଆହତ ‌କରିଛି। ଆକ୍ରମଣକାରୀ ପୁଲିସ୍‌ ଗୁଳିରେ ନିପାତ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୨ଟା ବେଳେ ଜଣେ ବ୍ୟକ୍ତି ବ୍ରିଜ୍‌ ଉପରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀକୁ ଗୁଳି କରି ସ୍ଥିତି ନିୟନ୍ତ୍ରଣ କରିଥିଲା। ଆକ୍ରମଣକାରୀ ଏକ ମାନବ ବୋମା ବୋଲି ଆଶଙ୍କା କରି ଲୋକେ ଦୌଡ଼ିବାରେ ଲାଗିଥିଲେ ଏବଂ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ବ୍ରିଜ୍‌ରେ ଯାତାୟତ ବନ୍ଦ ରହିଥିଲା। ତେବେ ପୁଲିସର ତତ୍ପରତା ଯୋଗୁଁ ଏକ ବଡ଼ ଆକ୍ରମଣ ଘଟଣା ଟଳି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ କହିଛନ୍ତି।

Advertisment