ପିଏନ୍‌ବି ଦୁର୍ନୀତି ମାମଲା : ନିରବ ମୋଦୀଙ୍କ ଜାମିନ୍‌ ଖାରଜ

ଲଣ୍ଡନ : ପିଏନ୍‌ବି ବ୍ୟାଙ୍କ ଜାଲିଆତି ମାମଲାରେ ଜେଲ୍‌ରେ ଥିବା ନିରବ ମୋଦୀଙ୍କ ସଦ୍ୟ ଜାମିନ୍‌ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦେଇଛନ୍ତି। ୨ ବିଲିୟନ୍‌ ଡଲାର ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ବର୍ତ୍ତମାନ ଲଣ୍ଡନର ୱାଣ୍ଡ୍‌ସୱର୍ଥ ଜେଲ୍‌ରେ ଅଛନ୍ତି। ଆଜି ନିରବ ମୋଦୀଙ୍କୁ ୱେଷ୍ଟ୍‌ମିନିଷ୍ଟର କୋର୍ଟରେ ହାଜର କରାଯାଇଥିଲା। ୨ ମିଲିୟନ୍‌ ପାଉଣ୍ଡ ବଦଳରେ ୪ ମିଲିୟନ ପାଉଣ୍ଡ ନିରାପତ୍ତା ଜମା ଦେଇ ନିରବ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର, ବିଚାରପତି ଏମ୍ମା ଆର୍‌ବୁଥ୍‌ନଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଆଜି କୋର୍ଟ ପରିସରରେ ନିରବ ଅଧିକ ସ୍ମାର୍ଟ ଓ ସ୍ବାସ୍ଥ୍ୟବାନ ନଜର ଆସିଥିଲେ। ପୂର୍ବରୁ ସେ ବାରମ୍ବାର ନିଜର ଅସୁସ୍ଥତା କଥା କୋର୍ଟଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର