ତିହାର ଜେଲ ଭାରତୀୟ ପଳାତକ ଅଭିଯୁକ୍ତମାନଙ୍କ ଲାଗି ସୁରକ୍ଷିତ- ଲଣ୍ଡନ ହାଇକୋର୍ଟ

ନୂଆଦିଲ୍ଲୀ: ଲଣ୍ଡନ ହାଇକୋର୍ଟ ଆଜି ଏକ ଐତିହାସିକ ରୁଲିଂ ଦେଇଛନ୍ତି। କୋର୍ଟ ତାଙ୍କ ରୁଲିଂରେ କହିଛନ୍ତି ଯେ ଦିଲ୍ଲୀର ତିହାର ଜେଲ ଭାରତୀୟ ପଳାତକମାନଙ୍କ ପାଇଁ ବେଶ ସୁରକ୍ଷିତ। କୋର୍ଟଙ୍କ ଏହି ରୁଲିଂ ପରେ କ୍ରିକେଟ ମ୍ୟାଚ ଫିକ୍ସିଂ ଅଭିଯୁକ୍ତ ସଞ୍ଜୟ ଚାଓ୍ଵଲାଙ୍କ ଭାରତକୁ ପ୍ରତ୍ୟାର୍ପଣ ମାମଲାରେ ଦେଇଥିଲେ ମଧ୍ୟ ଏହା ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗରେ ଗଭୀର ପ୍ରଭାବ ପକାଇବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।
କୋର୍ଟ ତାଙ୍କ ରୁଲିଂରେ କହିଛନ୍ତି ଯେ ମ୍ୟାଚ୍‌ ଫିକ୍ସିଂ ଅଭିଯୁକ୍ତ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ସଞ୍ଜ୍ଜୟ ଚାଓ୍ଵଲାଙ୍କ ପାଇଁ ତିହାର ଜେଲ ପରିସରରେ କୌଣସି ପ୍ରକାର ବିପଦ ନାହିଁ। ଏହା ବେଶ୍‌ ସୁରକ୍ଷିତ। ତେବେ କୋର୍ଟଙ୍କ ଏହି ରୁଲିଂ ଆସନ୍ତା ୧୦ ତାରିଖରେ ହେବାକୁ ବିଜୟମାଲ୍ୟା ପ୍ରତ୍ୟାର୍ପଣ ମାମଲା ପରିପ୍ରେକ୍ଷୀରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।


ଲଣ୍ଡନ ହାଇକୋର୍ଟ ର ବିଚାରପତି ଜଷ୍ଟିସ ଲିଗେଟ୍‌ ଓ ଜଷ୍ଟିସ ଡିଞ୍ଜେମ୍ୟାନଙ୍କୁ ନେଇ ଗଠିତ ବେଞ୍ଚ ସଞ୍ଜୟ ଚାଓ୍ଵଲାଙ୍କଙ୍କ ଜେଲର କଏଦୀ ଭାବେ ଚିକିତ୍ସା ପାଇଁ ଭାରତ ସରକାର ସୁବିଧା ଯୋଗାଇ ଦେବାକୁ ଦେଇଥିବା ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ଆଉ କୌଣସି ସମସ୍ୟା ନାହିଁ। ତିହାର ଜେଲ ବେଶ ସୁରକ୍ଷିତ। ତେଣୁ ସଞ୍ଜୟ ଚାଓ୍ଵଲାଙ୍କ ପ୍ରତ୍ୟାର୍ପଣ ନେଇ ଆଇନଗତ ବାଧା ହଟିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ଭାରତ ସରକାର ୨୦୧୬ ମସିହା ପେବ୍ରୁଆରି ୧ ତାରିଖରେ ସଞ୍ଜୟ ଚାଓ୍ଵଲାଙ୍କ ପ୍ରତ୍ୟାର୍ପଣ ନେଇ ଇଂଲଣ୍ଡ ସରକାରଙ୍କୁ ଅନୁରୋଧ କରିଥିଲେ। ଏ ନେଇ ଭାରତ ପକ୍ଷରୁ ଯେଉଁ ପ୍ରମାଣ ଉପସ୍ଥାପନ କରାଯାଇଥିଲା । ମାତ୍ର ତତକାଳୀନ େଓ୍ଵଷ୍ଟମିନିଷ୍ଟର ମାଜଷ୍ଟ୍ରେଟ୍‌ ରେବକ୍କା କ୍ରେନ କହିଥିଲେ ସେ ଭାରତ ପକ୍ଷରୁ ପଦତ୍ତ ପ୍ରମାଣରେ ଯଦିଓ ସନ୍ତୁଷ୍ଠ, ତେବେ ତିହାର ଜେଲରେ ସଞ୍ଜୟଙ୍କୁ ନିର୍ଯାତନା ଦେବାର ଆଶଙ୍କା ଥିବାରୁ ସେ ଏହି ପ୍ରତ୍ୟାର୍ପଣ ଆବେଦନକୁ ଖାରଜ କରି ଦେଇଥିଲେ। ଏ ନେଇ ଭାରତ ପକ୍ଷରୁ ଲଣ୍ଡନ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହାର ବିଚାର କରି ଜଷ୍ଟିସ ଲିଗେଟ୍‌ ଓ ଜଷ୍ଟିସ ଡିଞ୍ଜେମ୍ୟାନ କହିଥିଲେ ଯେ ତିହାର ଜେଲ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ତିହାର ଜେଲରେ ସଞ୍ଜୟ ଚାଓ୍ଵଲାଙ୍କ ପ୍ରତି କୌଣସି ବିପଦ ନାହିଁ। ତେଣୁ େଓ୍ଵଷ୍ଟମିନିଷ୍ଟ ମାଜିଷ୍ଟ୍ରେଟ୍‌ ସଞ୍ଜୟ ଚାଓ୍ଵଲାଙ୍କ ପ୍ରତ୍ୟାର୍ପଣ ନେଇ ସାନି ନିର୍ଣ୍ଣୟ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର