ଲଣ୍ଡନ: ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନରୁ ଲିଙ୍ଗାୟତ କାର୍ଡ ଖେଳି କର୍ଣ୍ଣାଟକ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ବ୍ରିଟେନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱାଦଶ ଶତାବ୍ଦୀର ଲିଙ୍ଗାୟତ ଦାର୍ଶନିକ ଓ ସମାଜ ସଂସ୍କାରକ ସନ୍ଥ ବସବେଶ୍ୱରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାର୍ପଣ କରିଛନ୍ତି। ଏହାପରେ ସେ ଟ୍ଵିଟ ମଧ୍ୟ କରି ବସବେଶ୍ୱରଙ୍କୁ ଭଗବାନ କହିବା ସହ ଭାରତୀୟ ସଭ୍ୟତା ଓ ସମାଜରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ବେଙ୍ଗାଲୁରୁରେ ବସବେଶ୍ୱରଙ୍କ ମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ମାଲ୍ୟାର୍ପଣ ପରେ ଶାହ ବେଙ୍ଗାଲୁରୁରେ ରୋଡ ସୋ’ କରି ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଲିଙ୍ଗାୟତଙ୍କ ସମର୍ଥନ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ନିର୍ବାଚନ ତାରିଖ ଘୋଷଣା ହେବାର ଅଳ୍ପ ଦିନ ପୂର୍ବରୁ ଶାସକ ଦଳ କଂଗ୍ରେସ ଲିଙ୍ଗାୟତଙ୍କୁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦେଇ ପୁଣିଥରେ ଶାସନଗାଦିରେ ବସିବା ସ୍ୱପ୍ନକୁ ଦୃଢ କରିଛି। କର୍ଣ୍ଣାଟକ ନିର୍ବାଚନୀ ଉଷ୍ଣତା ଏବେ ବଢ଼ି ଚାଲିଥିବା ବେଳେ ଜାତି ଓ ଧର୍ମକୁ ନେଇ ଖୋଲାଖୋଲି ରାଜନୀତି ଚାଲିଛି।
ଲଣ୍ଡନରେ କର୍ଣ୍ଣାଟକ ଭୋଟ୍ ଚିନ୍ତା
ବସବେଶ୍ୱରଙ୍କୁ ଶ୍ରଦ୍ଧାସୁମନ, ଲିଙ୍ଗାୟତଙ୍କ ଗହଣରେ ମୋଦି
/sambad/media/post_attachments/wp-content/uploads/2018/04/modi-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)