୨/୩ ଦିନ ମଧ୍ୟରେ କୌଣସି ବି ମୁହୂର୍ତ୍ତରେ ନୀରବ ମୋଦି ଗିରଫ ହୋଇପାରନ୍ତି

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ ଠକେଇ ମାମଲାରେ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ମାର୍ଚ୍ଚ ୨୫ ଭିତରେ କୌଣସି ସମୟରେ ବି ଗିରଫ କରାଯାଇପାରେ। ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କୁ ଲଣ୍ଡନରୁ ଏହାର ସୂଚନା ମିଳିଛି। ଇଡିର ଅଧିକାରୀ ଲଣ୍ଡନରେ ନୀରବ ମୋଦିଙ୍କ ମାମଲା ସହିତ ଜଡ଼ିତ ଥିବା ଅଧିକାରୀଙ୍କ ସହିତ ଲଗାତାର ସମ୍ପର୍କରେ ଅଛନ୍ତି। ଯାଞ୍ଚ ଅଧିକାରୀଙ୍କ ବିଶ୍ୱାସ ଯେ ନୀରବ ମୋଦିଙ୍କ ମାମଲାକୁ ନେଇ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

NewsNation

ସୂଚନାଯୋଗ୍ୟ, ମୋଦି ଏବଂ ତାଙ୍କ ମାମୁ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିିଥିଲା। ୨୦୧୮ ମସିହାରେ ଏହି ଠକାମୀ ଲୋକଲୋଚନକୁ ଆସିବାରୁ ତଦନ୍ତକାରୀ ଦଳ ମୋଦି ଏବଂ ତାଙ୍କ ମାମୁ ଚୌକସିଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ।

ସିବିଆଇ ଏବଂ ପ୍ରବର୍ତ୍ତନ ମନ୍ତ୍ରାଳୟ(ଇଡି) ଓ ବିଭିନ୍ନ ତତନ୍ତକାରୀ ସଂସ୍ଥା ତଦନ୍ତ ଆରମ୍ଭ କରି ଇଡି ନୀରବଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ରୁଜୁ କରିଥିଲେ। ନୀରବଙ୍କର ସୁନା-ଅଳଙ୍କାର ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ମନ୍ତ୍ରାଳୟ ଜବତ ବି କରିଥିଲା।

ସମ୍ବନ୍ଧିତ ଖବର