ଲଣ୍ଡନ : ଲଣ୍ଡନର ଷ୍ଟ୍ରିଥମ୍ ଅଞ୍ଚଳରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣକାରୀର ଅତର୍କିତ ଛୁରା ମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀକୁ ଗୁଳି କରି ନିପାତ କରିଛି। ଏହା ଏକ ଆତଙ୍କବାଦୀ କାଣ୍ଡ ଥିଲା ବୋଲି ମେଟ୍ରୋପଲିଟାନ ପୁଲିସ ମୁଖ୍ୟ କହିଛନ୍ତି ଏବଂ ଆକ୍ରମଣକାରୀ ସମ୍ପର୍କରେ ଅଧିକ ଖୋଳତାଡ଼ କରାଯାଉଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣକାରୀ ଦୁଇ ଜଣଙ୍କୁ ଛୁରାମାଡ଼ କରିଥିବା ଜଣାପଡ଼ିଛି। ଗତ ନଭେମ୍ବରରେ ମଧ୍ୟ ଜଣେ ଆତଙ୍କବାଦୀର ଛୁରା ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ।
ଲଣ୍ଡନରେ ଆତଙ୍କବାଦୀ ଆକ୍ରମଣ : ଛୁରା ମାଡ଼ରେ ଅନେକ ଆହତ, ପୁଲିସ ଗୁଳିରେ ଆକ୍ରମଣକାରୀ ନିହତ
/sambad/media/post_attachments/wp-content/uploads/2020/02/uk.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)