ଲଣ୍ଡନ: ‘ସାର୍ସ-କୋଭ୍-୨’ଦ୍ବାରା (କରୋନାଭାଇରସ୍) ଆକ୍ରାନ୍ତ ପିଲାଙ୍କଠାରେ ୨ ମାସ ପର୍ଯ୍ୟନ୍ତ ସଂକ୍ରମଣ ରହିବ ବୋଲି ଗୁରୁବାର ଦିନ ‘ଦି ଲାନ୍ସେଟ୍ ଚାଇଲ୍ଡ୍ ଆଣ୍ଡ୍ ଆଡୋଲେସେଣ୍ଟ୍ ହେଲ୍ଥ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି।
୦-୧୪ ବର୍ଷ ବୟସର ପିଲାଙ୍କଠାରେ ଦେଖା ଦେଇଥିବା କୋଭିଡ୍-୧୯ ଲକ୍ଷଣ ଉପରେ କରାଯାଇଥିବା ଉକ୍ତ ଅଧ୍ୟୟନରେ ଡେନ୍ମାର୍କରେ ସଂଗୃହୀତ ଜାତୀୟସ୍ତରର ନମୁନା ବ୍ୟବହୃତ ହୋଇଥିଲା। ଡେନ୍ମାର୍କସ୍ଥିତ ‘କୋପେନ୍ହେଗେନ୍ ୟୁନିଭର୍ସିଟି ହସ୍ପିଟାଲ୍’ର ପ୍ରଫେସର୍ ସେଲିନା କିକେନ୍ବୋର୍ଗ ବର୍ଗ କହିଛନ୍ତି, ଆମ ଅଧ୍ୟୟନର ସାଧାରଣ ଉଦ୍ଦେଶ୍ୟ ଥିଲା ପିଲା ଏବଂ କଅଁଳାପିଲାଙ୍କ ଶରୀରେ କେତେ ଦିନ ଧରି ଲକ୍ଷଣ ଦେଖାଯାଉଛି, ତାହା ନିର୍ଦ୍ଧାରଣ କରିବା। ତା’ ସହିତ, ସେମାନଙ୍କ ଜୀବନଯାପନର ମାନ, ସ୍କୁଲ୍ ଅଥବା ‘ଡେ କୟୋର୍’ରେ ସେମାନଙ୍କ ଅନୁପସ୍ଥିତି ଆଦି ଉପରେ ବି ଅଧ୍ୟୟନ କରାଯାଇଥିଲା।
Image Courtesy of Zee Newsଆମ ଅଧ୍ୟୟନରୁ ଜଣାପଡ଼ିଲା ଯେ, କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇ ନ ଥିବା ପିଲାମାନଙ୍କ ଅପେକ୍ଷା କୋଭିଡ୍-୧୯ଦ୍ବାରା ସଂକ୍ରମିତ ପିଲାମାନଙ୍କଠାରେ ଲକ୍ଷଣ ସବୁ ଦୀର୍ଘ ଦିନ ରହୁଛି। ସେ ଯାହାହେଉ ନା, କାହିଁକି ଏ ମହାମାରୀ ପିଲାମାନଙ୍କ ଜୀବନର ସବୁ ଦିଗକୁ ପ୍ରଭାବିତ କରିଛି ବୋଲି ବର୍ଗ କହିଛନ୍ତି।
ଏହି ଅଧ୍ୟୟନ ଅନୁସାରେ, ୪ରୁ ୧୧ ବର୍ଷ ବୟସ୍କ ପିଲାମାନଙ୍କ ମଧ୍ୟରୁ ୩୮% ଓ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ମଧ୍ୟରୁ ୪୬% ପିଲାଙ୍କଠାରେ ଫୁସ୍ଫୁସ୍ ସଂକ୍ରମଣ ପ୍ରାୟ ଦୁଇ ମାସ ରହୁଛି।
ଗବେଷକମାନେ କହିଛନ୍ତି ଯେ, ସଂକ୍ରମିତ ହୋଇ ଥାଆନ୍ତୁ କି, ନାହିଁ ସବୁ ପିଲାମାନଙ୍କ ଉପରେ ମହାମାରୀର ଦୀର୍ଘକାଳୀନ ପ୍ରଭାବ ଉପରେ ଗବେଷଣା କରାଯିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/kids.jpg)