ଭୁବନେଶ୍ବର: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ଭିତରେ ଧକ୍କା ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ପ୍ରାୟ ୩ଶହରୁ ୪ଶହ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

Advertisment

publive-image

ଉକ୍ତ ଘଟଣାରେ ପ୍ରାୟ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ଏହି ସଂଖ୍ୟା ୧୦୦ ଛୁଇଁବା ଆଶା ରହିଛି। ତେବେ ଗୁରୁତରମାନଙ୍କ ପାଇଁ ରକ୍ତ ଦରକାର ପଡୁଥିବାରୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ହସପିଟାଲ ରେ ରକ୍ତ ଦେବା ପାଇଁ ଅନେକ ସ୍ବେଚ୍ଛାସେବୀଙ୍କ ଲମ୍ବା ଲାଇନ ଲାଗିଛି।