ଦୀର୍ଘଦିନ ଚାଲିବ ରୁଷ୍‌-ୟୁକ୍ରେନ୍‌ ଲଢ଼େଇ: ମାକ୍ରନ୍‌

ବିଶ୍ବକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ହେବ

ପ୍ୟାରିସ୍‌ : ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଲଢ଼େଇ ଲମ୍ବା ସମୟ ଧରି ଚାଲିବ। ବିଶ୍ବକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ସତର୍କ କରି କହିଛନ୍ତି। ମାକ୍ରନ ଆଜି ଫ୍ରାନ୍ସର ବାର୍ଷିକ କୃଷି ମେଳାରେ ଏହି ଟିପ୍ପଣୀ ଦେଇଛନ୍ତି। ମାକ୍ରନ୍‌ କହିଛନ୍ତି, ଏହି ସଙ୍କଟ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ। ଲମ୍ବା ସମୟ ଧରି ଯୁଦ୍ଧ ଚାଲିବ ଏବଂ ଏହାର ଫଳାଫଳ ବି ଦୀର୍ଘ ଦିନ ଧରି ଭୋଗ କରିବାକୁ ପଡ଼ିବ।

ଆମକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମାକ୍ରନ୍‌ କହିଛନ୍ତି। ଇତି ମଧ୍ୟରେ ଫ୍ରାନ୍ସ ବିଦେଶ ମନ୍ତ୍ରୀ ଜିନ୍‌ ଇଭିସ ଲେ ଡ୍ରାଏନ ରୁଷ୍‌ ଆକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରୁଷ୍‌ ଆକ୍ରମଣ ପୂର୍ବ ସୋଭିଏତ ରିପବ୍ଲିକ୍‌କୁ ବ୍ୟାପିପାରେ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି। ମାକ୍ରନ୍‌ ଆଜି ଶୀର୍ଷ ମନ୍ତ୍ରୀ ଏବଂ ସାମରିକ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ଜରୁରୀ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି।

ସମ୍ବନ୍ଧିତ ଖବର