ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଟ୍ସ’ର ଷଷ୍ଠ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ‘ଆମରି ଭାଷା ପଥେ-୬’ ଉଦ୍ଯାପିତ ହୋଇଯାଇଛି। ଦୁଇ ଦିନିଆ ସମ୍ମିଳନୀରେ ଭାରତର ସମସ୍ତ ଶାସ୍ତ୍ରୀୟ ଭାଷା ତଥା ଲୋକପ୍ରିୟ ଭାଷାର ବହୁ ବିଶିଷ୍ଟ ଭାଷାବିତ୍ ଯୋଗଦେଇ ମାତୃଭାଷାର ଉନ୍ନତି ନେଇ ଆଲୋକପାତ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ଭାରତର ବିଶିଷ୍ଟ ଭାଷାବିତ୍ ଅନଭିତା ଆଦ୍ଦି, ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଶଙ୍କର କୁମାର ସାନ୍ୟାଲ, ଜେଏନ୍ୟୁର ଓଡ଼ିଆ ପ୍ରଫେସର ଉଦୟନାଥ ସାହୁ, ପୂର୍ବତନ ବୈଦେଶିକ ସଚିବ ଅମରେନ୍ଦ୍ର ଖଟୁଆ ଏବଂ ଇଣ୍ଟେଲକ୍ଟ୍ସ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତ୍ ଯୋଗଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଓଡ଼ିଆ ଭାଷାକୁ ଚଳଚ୍ଚିତ୍ର ମାଧ୍ୟମରେ ସମୃଦ୍ଧ କରିଥିବା ଅଭିନେତା, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ଆମ ଗୌରବ ସମ୍ମାନ ୨୦୨୦’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଗାନ୍ଧୀବାଦୀ ନେତା ଶଙ୍କର ସାନ୍ୟାଲଙ୍କୁ ‘ଏଭି ସ୍ବାମୀ ସ୍ମାରକ ସମ୍ମାନ’, ସାମ୍ବାଦିକତା ପାଇଁ ପ୍ରଶାନ୍ତ ପଟ୍ଟନାୟକ, ଓଡ଼ିଆ ଭାଷାକୁ କମ୍ପ୍ୟୁଟରକରଣୀ ପାଇଁ ସଂଗ୍ରାମ କେଶରୀ ମହାପାତ୍ର, ଲକ୍ଷ୍ମୀ ଦାସଙ୍କୁ ମହାତ୍ମାଗାନ୍ଧୀଙ୍କ ଦ୍ବାରା ପ୍ରତିଷ୍ଠିତ ପତ୍ରିକା ‘ହରିଜନ’ର ସମ୍ପାଦନା ପାଇଁ, ବସନ୍ତ ତ୍ରିପାଠୀଙ୍କୁ ‘ଅନୁବାଦ’ ପାଇଁ, ଏନ ଏ ଅନସାରୀଙ୍କୁ ‘କମ୍ୟୁନିଟି ମିଡିଆ’ ପାଇଁ, ଗାୟତ୍ରୀ ମିଶ୍ର ଯୋଶୀଙ୍କୁ ‘ଓଡ଼ିଶୀ ନୃତ୍ୟ’ ପାଇଁ ସମ୍ମାନଜନକ ପ୍ରବାସୀ ଭାଷା ସମ୍ମାନ ୨୦୨୦ ସମ୍ମାନରେ ପୁରସ୍କୃତ କରାଯାଇଥିଲା। ଡକ୍ଟର ଇତି ସାମନ୍ତଙ୍କୁ କାଦମ୍ବିିନୀ ମହୋତ୍ସବ ପାଇଁ, ଓଡ଼ିଶା ଭାଷାର ଉନ୍ନତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମହାନଦୀ କୋଲଡଫିଲ୍ଡସକୁ ସମ୍ମାନିତ କରାଯାଇଥିଲା। ସେହିଭଳି ଯୁବ ପ୍ରତିଭା ସଂଗ୍ରାମ କେଶରୀ ସେନାପତି ଓ କ୍ଷେତ୍ରବାସୀ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା।