ଓ୍ବେନାର୍ଡ : କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ଯେ ମୋଦୀ ନିଜକୁ ବେଶ ଶକ୍ତିଶାଳୀ ବୋଲି ଭାବୁଛନ୍ତି ଓ ମୁଁ (ରାହୁଲ) ତାଙ୍କୁ ଡରିଯିବି ବୋଲି ଭାବୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଡରେନି, ତାଙ୍କୁ ଯେବେହେଲେ ବି ସତ୍ୟର ସାମନା କରିବାକୁ ପଡ଼ିବ ।

Advertisment

ନିଜ ନିର୍ବାଚନ ମଣ୍ଡଳୀ ଓ୍ବେନାର୍ଡରେ ଅନୁଷ୍ଠିତ ଏକ ସଭାରେ ରାହୁଲ କହିଛନ୍ତି ଯେ ସଂସଦରେ ତାଙ୍କ ବୟାନକୁ କାଟି ଦିଆଯାଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସିଧାସଳଖ ଅପମାନିତ କରିଥିଲେ ବି ତାଙ୍କ ବୟାନକୁ କଟାଯାଇନାହିଁ ।

ରାହୁଲ କହିଛନ୍ତି ଯେ, ସଂସଦରେ ମୋଦୀ କହୁଥିବାବେଳେ ବାରମ୍ବାର ପାଣି ପିଉଥିଲେ ଓ ଏହି ସମୟରେ ତାଙ୍କ ହାତ ଥରୁଥିଲା ।

ସୂଚନାଯୋଗ୍ୟ ଯେ ମୋଦୀ ଓ ଶିଳ୍ପପତି ଆଦାନୀଙ୍କ ମଧ୍ୟରେ ସଂପର୍କ ରହିଛି ବୋଲି ରାହୁଲ ଲୋକସଭାରେ କହିଥିଲେ । ଏହାକୁ ନେଇ ଶାସକ ଦଳ ବିରୋଧ କରିବା ପରେ ରାହୁଲଙ୍କ ଆପତ୍ତିଜନକ ବୟାନକୁ ସଂସଦର ରେକର୍ଡରୁ କାଟି ଦିଆଯାଇଛି ଓ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରାଯାଇଛି । ତାଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିଜର ଜବାବ ରଖିବାକୁ କୁହାଯାଇଛି ।

ରାହୁଲ କହିଛନ୍ତି ଯେ ସେ ସଂସଦରେ କାହାର ଅପମାନ କରିନାହାନ୍ତି, ସେ କେବଳ ନିଜ ବୟାନର ପ୍ରମାଣ ମାଗିଥିଲେ ।