ଚୀନ୍‌ ଉପରେ ନଜର, ଭାରତ-ଫ୍ରାନ୍ସ ବିଶାଳ ନୌ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ମହାସାଗରରେ ଭାରତର ପାରମ୍ପରିକ ଆଧିପତ୍ୟ ପ୍ରତି ଚୀନ୍‌ ବିପଦ ହୋଇଛି। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ନିଜର ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ମୁତୟନ କରି ଆଧିପତ୍ୟ ବିସ୍ତାର କରି ଚାଲିଛି। ତେବେ ଚୀନ୍‌ ଉପରେ ସତର୍କ ନଜର ରଖି ଭାରତ ଏବଂ ଫ୍ରାନ୍ସ ଏକ ବିଶାଳ ନୌସମରାଭ୍ୟାସ କରିଛନ୍ତି। ଉଭୟ ରାଷ୍ଟ୍ର ଦ୍ବାରା ଗୋଆରେ ହୋଇଥିବା ନୌସମରାଭ୍ୟାସ ଆଜି ଶେଷ ହୋଇଛି। ମେ’ ୧ ତାରିଖରୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ନୌସେନା ସମରାଭ୍ୟାସକୁ ସବୁଠୁ ବିଶାଳ ବୋଲି କୁହାଯାଉଛି। ଦୁଇ ଦେଶ ମଧ୍ୟରେ ନୌସେନା ସମରାଭ୍ୟାସର ଏହା ସପ୍ତଦଶ ସଂସ୍କରଣ। ୧୯୮୩ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପ୍ରଥମ ନୌସେନା ସମରାଭ୍ୟାସ ହୋଇଥିଲା। ୨୦୦୧ରେ ଏହି ସମରାଭ୍ୟାସର ନାଁ ଦିଆଯାଇଥିଲା ‘ବରୁଣା’। ଅନ୍ୟପକ୍ଷେ ଭାରତ ଏବଂ ଫ୍ରାନ୍ସ ମଧ୍ୟ‌ରେ ଦ୍ବିତୀୟ ପର୍ଯ୍ୟାୟ ନୌସେନା ସମରାଭ୍ୟାସ ଚଳିତ ମାସ ଶେଷ ଦକ୍ଷିଣ ଚୀନ୍‌ ସାଗରରେ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର