କମ୍ପ୍ୟୁଟର ଉପରେ ନଜର ମାମଲା

କୌଣସି ସଂସ୍ଥାକୁ ଯାଞ୍ଚର ପୂର୍ଣ୍ଣ ଅଧିକ‌ାର ଦିଆଯାଇନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୌଣସି କମ୍ପ୍ୟୁଟରରୁ ତଥ୍ୟ ହ‌ାସଲ ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ଅଧିକାର ଦେଇନାହାନ୍ତି ଏବଂ ପ୍ରତ୍ୟେକଟି ତଦନ୍ତ ମାମଲାରେ ପ୍ରଚଳିତ ଆଇନ କଡ଼ାକଡ଼ି ଭ‌ାବେ ଲାଗୁ ହେବ ବୋଲି ଆଜି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛି। କୌଣସି କମ୍ପ୍ୟୁଟର୍‌ରୁ ତଥ୍ୟ ହାସଲ ପାଇଁ ଯେଉଁ ନିୟମ ପୂର୍ବରୁ ଲାଗୁ ହୋଇଥିଲା ସେହି ଆଧାରରେ ଏବଂ ସେହି ପ୍ରକ୍ରିୟାରେ ହିଁ ଏଜେନ୍ସି ଗୁଡ଼ିକ କାର୍ଯ୍ୟ କରିବେ ବୋଲି ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡିସେମ୍ବର ୨୦ ତାରିଖ ଦିନ ଏ ବାବଦରେ ୧୦ଟି ତଦନ୍ତକାରୀ ସଂସ୍ଥାକୁ ସରକାର କ୍ଷମତାପନ୍ନ କରିବାପରେ ଏହାକୁ ନେଇ ବଡ଼ ବିବାଦ ଉପୁଜିଥିଲା ଏବଂ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ କମ୍ପ୍ୟୁଟର ଉପରେ ନଜର ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି ବି‌ରୋଧୀ ଦଳମାନେ ଅଭିଯୋଗ କରିଥିଲେ। ଯେଉଁ ସଂସ୍ଥାମାନଙ୍କୁ ତଦନ୍ତ ପ୍ରକ୍ରିୟାରେ କମ୍ପ୍ୟୁଟର ଡାଟା ହାସଲ କରିବାକୁ ଅଧିକାର ଦିଆଯାଇଛି ତାହା ଅସଲରେ ୨୦୧୧ରେ ସରକାର ଜାରି କରିଥିବା ଆଦେଶର କେବଳ ପୁନରାବୃତ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର