ନୂଆଦିଲ୍ଲୀ: ଶାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ସିବିଆଇ କୋଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ରବିବାର କୁମାରଙ୍କ ବିରୋଧରେ ଏହି ଲୁକ୍ଆଉଟ୍ ନୋଟିସ୍ ଜାରି କରାଯିବା ପରେ ସେ ଦେଶ ଛାଡି ଯାଇପାରିବେ ନାହିଁ। ସମସ୍ତ ବିମାନବନ୍ଦରକୁ ଏନେଇ ସତର୍କ ସୂଚନା ଦିଆଯାଇଛି। କୁମାର ଯଦି ଦେଶ ଛାଡି ଯିବାର ଉଦ୍ୟମ କରିବେ ତେବେ ସିବିଆଇକୁ ସୂଚନା ଦେବା ପାଇଁ କୁହାଯାଇଛି। କୁମାରଙ୍କୁ ପୁଲିସ ହେପାଜତରେ ପଚରାଉଚରା କରିବା ପାଇଁ ସିବିଆଇ ତାହାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ପୁଲିସ ହେପାଜତରେ କୁମାରଙ୍କୁ ପଚରାଉଚରା କରିବା ଜରୁରୀ ବୋଲି ସିବିଆଇ ସୁପ୍ରିମ କୋର୍ଟରେ ଯୁକ୍ତି କରିଛି। କୁମାର ଅନୁସନ୍ଧାନରେ ସହଯୋଗ କରୁନାହାନ୍ତି। ସେ ଅନୁସନ୍ଧାନ ବେଳେ ଏହାକୁ ଏଡ଼ାଇଯିବା ସହିତ ଅହଙ୍କାରୀ ଭଳି ବ୍ୟବହାର କରୁଥିବା ସିବିଆଇ ତରଫରୁ କୁହାଯାଇଛି। କୁମାରଙ୍କୁ ଫେବ୍ରୁଆରୀ ମାସରେ ୫ ଦିନ ପର୍ଯ୍ୟନ୍ତ ସିବିଆଇ ଜେରା କରିଥିଲା। ସିବିଆଇ ପକ୍ଷରୁ ସଲିସିଟର୍ ଜେନେରାଲ ତୁଷାର ମେହଟା ଯୁକ୍ତି କରିଛନ୍ତି, କୁମାର ଶାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ଏସ୍ଆଇଟି ଦାୟିତ୍ୱରେ ଥିବା ବେଳେ ଅତ୍ୟନ୍ତ ଜରୁରୀ ତଥ୍ୟ ଏବଂ ପ୍ରମାଣଗୁଡିକୁ ସୁରକ୍ଷିତ ରଖିନାହାନ୍ତି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ରାଜନେତାଙ୍କ ବିଷୟରେ ସମସ୍ତ ତଥ୍ୟ, ମୋବାଇଲ୍ ଫୋନ ରେକର୍ଡ, ଲାପ୍ଟପ୍ ଇତ୍ୟାଦିରେ ଥିବା ତଥ୍ୟର ଯାଞ୍ଚ କରାଯାଇନଥିବା ସିବିଆଇ ଅଭିଯୋଗ କରିଛି। ଏହି ନୋଟିସ୍ ପୂର୍ବରୁ ଶାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ କୁମାରଙ୍କୁ ନୋଟିସ୍ ପରେ ମଧ୍ୟ ହାଜିର ନହେବାରୁ ସିବିଆଇ କୋଲକାତାରେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁମାରଙ୍କ ପକ୍ଷରେ ରହି ତାଙ୍କୁ ସୁରକ୍ଷା ଦେବା ପରେ ଏହି ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ କୁମାରଙ୍କୁ କୋର୍ଟ ତରଫରୁ ଗିରଫ କରାନଯିବା ପାଇଁ ସୁରକ୍ଷା ଦିଆଯାଇଥିଲା। ତେବେ ଆହାର ସମୟସୀମା ମେ’ ୧୭ରେ ସରିଯାଇଥିଲା। ଏହାପରେ କୁମାର ସମୟସୀମା ବଢାଇବା ପାଇଁ ମେ’ ୨୦ରେ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।
ରାଜୀବ କୁମାରଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି
/sambad/media/post_attachments/wp-content/uploads/2019/05/795381-rajeev-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)