ୟୁରୋପରେ ଆଷ୍ଟ୍ରାଜେନିକା ଟିକାକୁ ନେଇ ଚିନ୍ତା, ସ୍ଥିତି ଉପରେ ଭାରତର ସତର୍କ ଦୃଷ୍ଟି

ନୂଆଦିଲ୍ଲୀ : ୟୁରୋପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ନେଇଥିବା କିଛି ଲୋକଙ୍କ ଶରୀରରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯିବା ପରେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । କେନ୍ଦ୍ର ସରକାର ଏହି ଟିକାର ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ ଉପରେ ନଜର ରଖିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସରକାରଙ୍କ କୋଭିଡ୍ ଟାସ୍କଫୋର୍ସର ସଦସ୍ୟ ଏନ.କେ.ଆରୋରା କହିଛନ୍ତି ଯେ ଟିକାରେ ଦେଖାଯାଉଥିବା ପାର୍ଶ୍ବ ପ୍ରତିକ୍ରିୟାଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ବିଶେଷକରି ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ବ୍ୟକ୍ତିର ମୃତ୍ୟୁହେବା କିମ୍ବା ଗୁରୁତର ଅସୁସ୍ଥ ହେବା ପରି ଘଟଣା ଉପରେ ନଜର ରଖାଯାଉଛି । ଯଦି କୌଣସି ଚିନ୍ତାଜନକ ବିଷୟ ଜଣାପଡ଼େ ତେବେ ସେ ସମ୍ପର୍କରେ ସୂଚୀତ କରାଯିବ ।

ସୂଚନାଯୋଗ୍ୟ ଯେ ଆଷ୍ଟ୍ରାଜେନିକା ଟିକା ନେଇଥିବା କେତେକ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଉଥିବା ଅଭିଯୋଗ ହୋଇଛି । ଏସବୁ  ପାର୍ଶ୍ବ ପ୍ରତିକ୍ରିୟା ଡେନମାର୍କ, ନରଓ୍ବେ, ଆଇସଲାଣ୍ଡ, ଥାଇଲାଣ୍ଡ ଭଳି ଦେଶରେ ଦେଖାଦେଇଛି । ଫଳରେ ସେସବୁ ଦେଶରେ ଟିକାକରଣକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି ।

ଭାରତରେ  ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକାକୁ ପୁଣେର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦନ କରାଯାଉଛି । ଏହି ଟିକା ଓ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଭାରତରେ ଲୋକମାନଙ୍କୁ ଦିଆଯାଉଛି ।

 

ସମ୍ବନ୍ଧିତ ଖବର