ଲାଇଭ ରେକର୍ଡିଙ୍ଗ ବେଳେ ଲୁଟ ଉଦ୍ୟମ: ଲୁଟେରାଙ୍କ କବଳରୁ ଅଳ୍ପକେ ବର୍ତ୍ତିଲେ ବ୍ଲଗର

ବେଙ୍ଗାଲୁରୁ: ନିଜ ସାଙ୍ଗମାନଙ୍କ ସହ ଲାଇଭ ସୁଟିଂ କରୁଥିବାବେଳେ ପହଞ୍ଚିଗଲେ ଲୁଟେରା | ଆଉ ଲୁଟେରା ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରୁଥିଲେ ବି ଫେଲ ମାରିଲେ | ତେବେ ଲୁଟେରାଙ୍କ କବଳରୁ ଯୁବତୀ ଓ ତାଙ୍କ ସାଙ୍ଗମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି | ବେଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟ ବାହାରୁ ଲୁଟ ଉଦ୍ୟମର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଯୁବତୀ ବାଙ୍ଗାଲୋରର ଏହି ରେଷ୍ଟୁରାଣ୍ଟ ବାହାରେ ଫୋନ ମାଧ୍ୟମରେ ଭିଡିଓ ପ୍ରସ୍ତୁତ କରୁଥିଲେ। ତା’ପରେ ହଠାତ୍ ଏକ ବାଇକରେ ଦୁଇ ଜଣ ଯୁବକ ଆସିଥିଲେ ଓ ଫୋନ୍ ଛଡ଼ାଇବାକୁ ଚେଷ୍ଟା କଲେ | ତେବେ ଲୁଟେରାମାନେ ଫୋନ ନେବାରେ ବିଫଳ ହୋଇଥିଲେ | ଲୁଟ ଉଦ୍ୟମର ଭିଡିଓ ଭାଇରାଲ ହେବା ପରେ ବାଙ୍ଗାଲୋର ପୁଲିସ ଏହି ଘଟଣା ବାବଦରେ ଯୁବତୀଙ୍କୁ ତଥ୍ୟ ମାଗିଛି |


ଏହି ଲୁଟ ଉଦ୍ୟମ ରବିବାର ରାତି ପ୍ରାୟ ୧୧ ଟା ୨୦ ସମୟରେ ବେଙ୍ଗାଲୁରୁର ଗୁଫା ରେଷ୍ଟୁରାଣ୍ଟ ସମ୍ମୁଖରେ ଘଟିଥିଲା | ଏଠାରେ ୪ ଜଣ ଯୁବତୀ ଏକ ବ୍ଲଗ ସୁଟିଂ କରୁଥିଲେ | ତେବେ ମୋବାଇଲ ଧରିଥିବା ଯୁବତୀ ଜଣକ ରୁଚିକା ହୋଇଥିବାବେଳେ ସେ କହିଛନ୍ତି ଯେ ବିଭିନ୍ନ ରେଷ୍ଟୁରାଣ୍ଟକୁ ଯାଇ ସେ ନିୟମିତ ବ୍ଲଗ ସୁଟିଂ କରିଥାନ୍ତି | ତେବେ ସୁଟିଂ ବେଳେ ଦୁଇ ଯୁବକ ଏକ ବାଇକରେ ଆସି ଫୋନକୁ ତାଙ୍କ ହାତରୁ ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ | କିନ୍ତୁ ଫୋନ ନେଇପାରିନଥିଲେ | ପୁରା ଘଟଣା ରୁଚିକାଙ୍କ ଫୋନରେ କଏଦ ହୋଇଛି। ଅଭିଯୁକ୍ତଙ୍କ ଫୋନ୍ ଛଡ଼ାଇବାର ଅସଫଳ ଉଦ୍ୟମ ରେଷ୍ଟୁରାଣ୍ଟର ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର