ଲକ୍‌ଡାଉନ୍‌କୁ ବଳିଗଲା ଲୁଟ୍‌ ଦୁଃଖ : ୧୨ କିମି ଚାଲିଚାଲି ଆସି ଦରମା ଟଙ୍କା ଧରି ଫେରୁଥିଲେ, ବାଟରେ ଛୁରୀ ଦେଖାଇ ଲୁଟିନେଲେ

ନୂଆଦିଲ୍ଲୀ : କୋଭିଡ୍–୧୯ର ମୁକାବିଲା ପାଇଁ ଦେଶରେ ଜାରି ରହିଥିବା ଲକ୍ଡାଉନ୍ ପରିସ୍ଥିତି ଯୋଗୁଁ ଗାଡି଼ମୋଟର ବନ୍ଦ ଥିବା ବେଳେ ଦୁଇ ଜଣ ଦୋକାନ କର୍ମଚାରୀ ୧୨ କିମି ଚାଲି ଚାଲି ସଂଗ୍ରହ କରିଥିବା ସେମାନଙ୍କ ଦରମା ଟଙ୍କାକୁ ସଶସ୍ତ୍ର ଲୁଟେରାମାନେ ଝାମ୍ପିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛିା ଲକ୍ଡାଉନ୍ ଯୋଗୁଁ ନାନା ଅସୁୁବିଧାରେ କାଳକାଟୁଥିବା ସେମାନଙ୍କ ପରିବାର ଆହୁରି ଅନଟନ ଭିତରକୁ ଟାଣିହୋଇଗଲେ ବୋଲି ଲୁଟର ଶିକାର ହୋଇଥିବା ରାଜେନ୍ଦ୍ର ସିଂହ ଓ ଚନ୍ଦନ ପାଶୱାନ୍ ନାମକ ଏହି କର୍ମଚାରୀ ଦ୍ବୟ କହିଲା ବେଳେ ସେମାନଙ୍କ କୋହକୁ ସମ୍ବରଣ କରିପାରିନାହାନ୍ତିା

ପୂର୍ବଦିଲ୍ଲୀର କୈଳାସ ନଗରରେ ରହୁଥିବା ରାଜେନ୍ଦ୍ର ଓ ଚନ୍ଦନ ଉତ୍ତର ଦିଲ୍ଲୀ ଅନ୍ତର୍ଗତ ସଦର ବଜାର ସ୍ଥିତ ଏକ ମନୋହରୀ ଦୋକାନରେ କାମ କରନ୍ତିା ପରିବାରରେ ପତ୍ନୀଙ୍କ ସମେତ ପା‌ ବର୍ଷ ଓ ଦେଡ଼ ବର୍ଷର ଦୁଇଟି ପୁଅ ଥିବା ରାଜେନ୍ଦ୍ରଙ୍କ କହିବା ଅନୁଯାୟୀ, ଗତ ମାସ ୨୪ ତାରିଖରେ ଲକ୍ଡାଉନ୍ ପରିସ୍ଥିତି ଜାରି ହେବା ବେଳକୁ ତାଙ୍କ ପାଖରେ ମୋଟ ୫ ହଜାର ଟଙ୍କା ଥିଲାା ସେଥିରୁ ଏପ୍ରିଲ୍ ପ୍ରଥମ ସପ୍ତାହ ବେଳକୁ ଘରଭଡ଼ା, ଦୋକାନ ବାକି ଓ ଅନ୍ୟାନ୍ୟ ଖର୍ଚ୍ଚରେ ସିଂହଭାଗ ସରିଯାଇଥିଲାା ଆଉ ଯାହା ବଳିଥିଲା, ସେଥିରେ ପିଲାଙ୍କ ଖାଦ୍ୟ, କ୍ଷୀର ଓ ତେଜରାତି ସାମଗ୍ରୀ ଆଣିବାକୁ ବି ନିଅଣ୍ଟ ପଡି଼ଥିଲାା ତେବେ ନିଜ ଦୋକାନୀ ମାଲିକଙ୍କୁ ସାହାଯ୍ୟ ପାଇଁ ଫୋନ୍ କରି ଭରସା ମିଳିଥିଲାା ମାତ୍ର ତାଙ୍କ ବ୍ୟାଙ୍କ ଜମାଖାତା କି ଇ–ୱାଲେଟ୍‌କୁ ଟଙ୍କା ପଠାଇବାର ସୁବିଧା ନହେବାରୁ ରାଜେନ୍ଦ୍ର ରବିବାର ସକାଳେ ପାଖରେ ଥିବା ୧୫୦ ଟଙ୍କା ଧରି ମାଲିକ ରହୁଥିବା ସଦର ବଜାର ନିକଟ ମଡେଲ୍ ଟାଉନ୍ ଅଭିମୁଖେ ବାହାରିଥିଲୋ ଅନୁରୂପ କାରଣ ପାଇଁ ତାଙ୍କ ସହଯୋଗୀ ଚନ୍ଦନ ମଧ୍ୟ ସାଙ୍ଗରେ ବାହାରିଥିଲୋ ଘରୁ ଚା’ ପିଇ ସାଙ୍ଗରେ କେବଳ ପାଣିି ବୋତଲ ଧରି ସେମାନେ ଚାଲି ଚାଲି ସାଢେ଼ ୧୨ଟା ବେଳକୁ ମାଲିକଙ୍କ ଘରେ ପହ‌ିଗଲୋ ସେଠାରେ କିଛି ସମୟ ଅପେକ୍ଷା ପରେ ମାଲିକ ଆସି ରାଜେନ୍ଦ୍ରଙ୍କୁ ୬ ହଜାର ଏବଂ ଚନ୍ଦନଙ୍କୁ ୫ ହଜାର ଟଙ୍କା ଦେଇଥିଲୋ ଟଙ୍କା ଧରି ଉଭୟ ଖୁସି ମନରେ ସେମିତି ଚାଲି ଚାଲି ଘରକୁ ଫେରୁଥିଲୋ ବାଟରେ ଟଙ୍କା ଖୁଚୁରା କରିବା ଲାଗି ଏକ ଦୋକାନରେ ଅଟକି କିଛି ବିସ୍କୁଟ୍ ଓ ପାଣି ବୋତଲ କିଣି ପୁଣି ଚାଲିଥିଲୋ ତେବେ ସାଢେ଼ ୩ଟା ବେଳକୁ ଶାସ୍ତ୍ରୀ ପାର୍କ ଠାରେ ପଛରୁ ତିନି ଜଣ ଦୁବୃର୍ତ୍ତ ଛୁରୀ ଦେଖାଇ ସେମାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ଓ ମୋବାଇଲ୍ ଫୋନ୍ ନେଇ ଛୁ ମାରିଥିଲୋ ପାଖ ପୁଲିସକୁ ସେମାନେ ଏ ସମ୍ପର୍କରେ ଜଣାଇଥିିଲେ ହେଁ ସେମାନଙ୍କ କଷ୍ଟଲବ୍ଧ ଦରମା କ’ଣ ଆଉ ଫେରିପାଇବେ ବୋଲି ଚନ୍ଦନ କହିଛନ୍ତିା ସେହିପରି ଏବେ ତାଙ୍କ ଛୁଆ ଦି’ଟା କ’ଣ ଖାଇବେ ବୋଲି ନିଜକୁ ପ୍ରଶ୍ନ କଲା ବେଳେ ଦୁଃଖରେ ଭାଙ୍ଗି ପଡି଼ଥିବା ରାଜେନ୍ଦ୍ରଙ୍କ ଆଖିରୁ ଆପେ ଆପେ ଲୁହ ଝରି ଆସିଥିଲାା

ସମ୍ବନ୍ଧିତ ଖବର