ଚୋରଙ୍କ ଗୁରୁ: ପୁଲିସ ଥାନାରୁ ଲୁଟିନେଲା ବନ୍ଧୁକ, ଗୁଳି

କାନପୁର: ପୁଲିସକୁ ଚ୍ୟାଲେଞ୍ଜ କଲା ଚୋର | ଥାନାରେ ପଶିଲା ଆଉ ଲୁଟିନେଲା ବନ୍ଧୁକ ସହ ଗୁଳି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଘଟଣା ଘଟିଛି ଯାହାକି ପୁଲିସର ହୋସ ଉଡାଇ ଦେଇଛି | ଏଠାରେ ଚୋରମାନେ ନିଜେ ପୁଲିସ ଷ୍ଟେସନରେ ପଶି ବନ୍ଧୁକ ସହ ଗୁଳି ଲୁଟିନେଇଛନ୍ତି | କାନପୁରର ବିଧନୁ ପୁଲିସ ଷ୍ଟେସନରେ ଏହି ଘଟଣା ଘଟିଛି | ଏହି ଘଟଣା ଜଣାପଡିବା ପରେ କାନପୁରର ଆରକ୍ଷୀ ଅଧିକ୍ଷକ ତେଜ ସ୍ୱରୂପ ସିଂହ କହିଛନ୍ତି ଯେ ଥାନାରୁ ରାତିରେ ଗୋଟିଏ ପିସ୍ତଲ, ୧୦ଟି ଗୁଳି ଏବଂ ୨ଟି ମୋବାଇଲ ଚୋରି ହୋଇଛି | ତେବେ ଏହି ଘଟଣାରେ ଅବହେଳା ହେତୁ ୪ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଓ ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି।

ସୂଚନା ଥାଉ କି ଯେ କିଛିଦିନ ତଳେ ଉତ୍ତରପ୍ରଦେଶର ଜଗଦୀଶପୁରା ପୁଲିସ ଷ୍ଟେସନରେ ମଧ୍ୟ ଏଭଳି ଏକ ଚୋରି ମାମଲା ସାମ୍ନାକୁ ଆସିଥିଲା | ଏଠାରେ ପୁଲିସ ଷ୍ଟେସନର ମାଲଖାନାରୁ ୨୫ ଲକ୍ଷ ଟଙ୍କା ଚୋରି ହେବାର ଖବର ସାମ୍ନାକୁ ଆସିଥିଲା। ସୂଚନାନୁସାରେ, ସକାଳେ ଡ୍ୟୁଟିରେ ଥିବା ହେଡକନେଷ୍ଟବଳ ଚା ପିଇବାକୁ ଯାଇଥିଲେ। ଚା ’ପିଇ ଫେରିବା ପରେ ତାଙ୍କର ସନ୍ଦେହ ହୋଇଥିଲା | ଏହାପରେ ଯେତେବେଳେ ପୁଲିସ ଅନୁସନ୍ଧାନ କଲା, ସେତେବେଳେ ମାଲଖାନାରେ ରଖାଯାଇଥିବା ୨୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଥିଲା | ଏହି ସୂଚନା ପାଇବା ପରେ ଖୋଦ ଏସପି ଫୋରେନସିକ୍ ଟିମ୍ ସହ ପହଞ୍ଚି ତଦନ୍ତ କରିଥିଲେ | ତେବେ କମ ଦିନ ମଧ୍ୟରେ ଦୁଇଟି ଥାନାରେ ଏଭଳି ଚୋରି ଘଟଣାକୁ ନେଇ ପୁଲିସ ଏବେ ଛାନଭିନ ଚଳାଇଛି |

ସମ୍ବନ୍ଧିତ ଖବର