ଜେଲରେ ପୁରାଇଥିବାରୁ ଓଡ଼ିଶାରୁ ନିଜ ସାଙ୍ଗମାନଙ୍କୁ ଡାକି ଛତିଶଗଡ଼ରେ ଚୋରି କଲା ଡକାୟତ

ବିଳାସପୁର: ଜେଲରେ ପୁରାଇଥିବାରୁ ପ୍ରତିଶୋଧ ନେବାକୁ କଂଗ୍ରେସ ନେତାଙ୍କ ଘରେ ଚୋରି କଲେ ଅଭିଯୁକ୍ତ | ଓଡିଶାରୁ ନିଜ ସାଙ୍ଗମାନଙ୍କୁ ଡାକି ଛତିଶଗଡର ବିଳାସପୁରରେ ଜଣେ ବ୍ୟକ୍ତିଙ୍କ ଘରେ ସଶସ୍ତ୍ର ଡକାୟତି କରିଛନ୍ତି ଲୁଟେରା | ଏହି ଡକାୟତି ଘଟଣାରେ ପୁଲିସ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଧରିଥିବାବେଳେ ଅନ୍ୟ ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି | ପୁଲିସର ପଚରାଉଚରା ବେଳେ ଏହା ସାମ୍ନାକୁ ଆସିଛି ଯେ ଏକ ପୁରୁଣା ମାମଲାରେ ଅଭିଯୁକ୍ତଙ୍କୁ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଜେଲ ପଠାଇଥିଲେ | ଏହାର ପ୍ରତିଶୋଧ ନେବାକୁ ଲୁଟେରା ଜଣକ ନିଜ ସାଙ୍ଗମାନଙ୍କ ସହାୟତାରେ ଲୁଟ କରିଥିଲେ |

ସୂଚନାଯୋଗ୍ୟ ଯେ ଜାନୁଆରୀ ୧୩ ରେ ବିଳାସପୁରର କଂଗ୍ରେସ ନେତା ଟାକେଶ୍ୱର ପାଟଲେଙ୍କ ଘରେ ଡକାୟତି ଘଟଣା ଘଟିଥିଲା। ଘଟଣାର ସୂଚନା ପାଇବା ପରେ ପୁଲିସ ତଦନ୍ତ କରିଥିଲା | ସିସିଟିଭି ଏବଂ କଲ୍ ରେକର୍ଡ ଆଧାରରେ ପୁଲିସ ଲାଭର ଗାଁର ବାସିନ୍ଦା ଅଜୟ ଧ୍ରୁବଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା | ପଚରାଉଚରା କରିବା ପରେ ସମଗ୍ର ଘଟଣା ସାମ୍ନାକୁ ଆସିଥିଲା। ଟାକେଶ୍ୱର ପାଟଲେ ୨୦୧୭ ମସିହାରେ ତାଙ୍କ ପିତାମାତାଙ୍କ ସହ ଅଜୟଙ୍କୁ ଜେଲକୁ ପଠାଇଥିଲେ | ଜେଲରେ ଅଜୟ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ। ଅଜୟ ଜେଲରୁ ବାହାରିବା ପରେ ଜେଲରେ ବନ୍ଧୁ ହୋଇଥିବା ରମଜାନ ସହ ରାୟଗଡରେ ପହଞ୍ଚିଥିଲେ। ସେ ସଂପୂର୍ଣ୍ଣ ଯୋଜନା କରିଥିଲେ ଏବଂ ତା’ପରେ ଓଡିଶାରେ ଥିବା ସାଙ୍ଗମାନଙ୍କୁ ଛତିଶଗଡ଼ ଡାକିଥିଲେ |

ଲୁଟେରାମାନେ ଜାନୁୟାରୀ ୧୩ରେ ସକାଳ ୧୧ଟାରେ କଂଗ୍ରେସ ନେତାଙ୍କ ଘରେ ସଶସ୍ତ୍ର ଡକାୟତି କରିଥିଲେ । ଲୁଟେରାମାନେ ବନ୍ଧୁକ ଦେଖାଇ ୨.୫ ଲକ୍ଷ ନଗଦ ଟଙ୍କା ସହିତ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇ ପଳାଇ ଯାଇଥିଲେ। ଏହି ଘଟଣା ପରେ ଆଇଜି ରତନଲାଲ ଡାଙ୍ଗି ଏବଂ ଏସଏସପି ପାରୁଲ ମଥୁରଙ୍କ ଦ୍ୱାରା ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହି ଡକାୟତି ଘଟଣାରେ ଗିରଫ ହୋଇଥିବା ଲୁଟେରାମାନଙ୍କ ଓଡ଼ିଶାର ସୁନ୍ଦରଗଡର ଆନନ୍ଦ ଟପ୍ପୋ ଏବଂ ଛୋଟୁ ସିଂ, ମୁଖ୍ୟ ଅଭିଯୁକ୍ତ ବିଳାସପୁରର ଅଜୟ କୁମାର ଧ୍ରୁବ ଥିବାବେଳେ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ରମଜାନ ଓରଫ ବଲୁ, ଓଡ଼ିଶାର ମାଇକେଲ ସିଂ, ଅନିଲ ସାଏ ଇତ୍ୟାଦି ଅଛନ୍ତି।

ସମ୍ବନ୍ଧିତ ଖବର